ଖାଇକୁ ଖସିଲା ବସ, ଚାଲିଗଲା ୨୯ ଜୀବନ
ନୂଆଦିଲ୍ଲୀ: ଗତ ୨୧ ତାରିଖରେ ଇରାନରେ ଏକ ବସ୍ ଓଲଟି ୩୦ରୁ ଅଧିକ ପାକିସ୍ତାନୀ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ୨୦ରୁ ଅଧିକ ଆହତ ହୋଇଥିଲେ । ତେବେ ୪ ଦିନ ନ ପୂରୁଣୁ ପୁଣି ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। କାହୁଟାରୁ ରାଓ୍ବଲପିଣ୍ଡି ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିଛି।
ଏହି ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆଉ କେତେକ ରିପୋର୍ଟ ଅନୁସାରେ ବସ ଦୁର୍ଘଟଣାରେ ମୋଟ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନୀ ଚ୍ୟାନେଲ୍ ଜିଓ ନ୍ୟୁଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୬ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି କାହୁଟାରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା। କାହୁଟାର ଆଜାଦ୍ ରତନ ପାର୍କ ନିକଟରେ ଥିବା ଗିରାରି ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ଏହି ଘଟଣାରେ କେବଳ ଜଣେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଛି । ପାହାଡ଼ିଆ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସ୍ଥାନୀୟ ବାସିନ୍ଦା ବସ୍ ରୁ ମୃତଦେହ ବାହାର କରୁଥିବା ବେଳେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।












Click it and Unblock the Notifications