ପୁଣି ତାଇଓ୍ୱାନ ବାୟୁସୀମାରେ ପ୍ରବେଶ କଲା 27 ଚୀନ ଲଢୁଆ ବିମାନ
ତାଇଓ୍ବାନ ବାୟୁସୀମାରେ ଚୀନ ବାୟୁସେନାର 27ରୁ ଅଧିକ ଲଢୁଆ ବିମାନ ପ୍ରବେଶ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ତାଇପେଇ: ଚୀନ-ତାଇଓ୍ବାନ ବିବାଦ ମଧ୍ୟରେ ଜାରି ରହିଥିବା ତିକ୍ତତା ବଢିବାରେ ଲାଗିଛି । ତାଇଓ୍ବାନ ଗସ୍ତରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ସ୍ପିକର ନାନସି ପେଲୋସି ସ୍ବଦେଶ ଫେରିଛନ୍ତି । 18 ଘଣ୍ଟା ପରେ ଫେରିଛନ୍ତି ନାନସି। କିନ୍ତୁ ପୂର୍ବରୁ ବିରୋଧ କରୁଥିବା ଚୀନ ତାଇୱାନ ବିରୋଧରେ ଯୋଜନା ମାନ ଚଳାଇଛି । ନାନସିଙ୍କ ଫେରିବା ପରେ ଚୀନ ତାର ପୁଣି ଶକ୍ତି ପ୍ରଦର୍ଶନ କରିଛି । ତାଇଓ୍ବାନ ବାୟୁସୀମାରେ ଚୀନ ବାୟୁସେନାର 27ରୁ ଅଧିକ ଲଢୁଆ ବିମାନ ପ୍ରବେଶ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଚୀନ ଯୁଦ୍ଧ ବିମାନର ଅନୁପ୍ରବେଶ ନେଇ ତାଇଓ୍ବାନ ପକ୍ଷରୁ ମଧ୍ୟ ଦାବି କରାଯାଇଥିବା ଦେଖିବାକୁ ମିଳିଛି ।

ଗତ ଦୁଇ ବର୍ଷ ମଧ୍ୟରେ, ବେଜିଂ ତାଇୱାନର ଏଡିଆଇଜେଡରେ ସାମରିକ ଅନୁପ୍ରବେଶକୁ ବୃଦ୍ଧି କରିଛି - ଯାହା ଦ୍ୱୀପର ଆଞ୍ଚଳିକ ଆକାଶମାର୍ଗ ସହିତ ସମାନ ନୁହେଁ, କିନ୍ତୁ ଏଥିରେ ଏକ ବୃହତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି ।












Click it and Unblock the Notifications