ଆଶ୍ଚର୍ଯ୍ୟ! 25 ବର୍ଷରେ 22 ସନ୍ତାନର ମାଆ ଏହି ମହିଳା
ଆଶ୍ଚର୍ଯ୍ୟ! 25 ବର୍ଷରେ 22 ସନ୍ତାନର ମାଆ ଏହି ମହିଳା
ମୁମ୍ଵାଇ: ବର୍ତ୍ତମାନ ସବୁ ଜିନିଷ ମହଙ୍ଗା ହେବାରେ ଲାଗିଲାଣି। ଏତିକି ବେଳେ ପରିବାରର ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି । ଏମିତିରେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମହିଳା ଜଣକ ମାତ୍ର 25 ବର୍ଷ ବୟସରେ 22ଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ସେ ଆହୁରି 80 ସନ୍ତାନ କରିବାକୁ ଚାହୁଁଛନ୍ତି। ଏପରି କେମିତି ସମ୍ଭବ ହେଲା ଆସନ୍ତୁ ଜାଣିବା ।

'ଦି ସନ୍' ୱେବସାଇଟ୍ ଅନୁଯାୟୀ ବ୍ରିଟେନରେ ରହୁଥିବା ଏହି ମହିଳାଙ୍କ ନାମ ହେଉଛି ଖ୍ରୀଷ୍ଟିନା ଓଜଟର୍କ। ସେ ଜଣେ ଧନୀ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ପ୍ରଥମେ ଖ୍ରୀଷ୍ଚିନା 17 ବର୍ଷ ବୟସରେ ପ୍ରଥମ ଝିଅ ଜନ୍ମ ଦେଇଥିଲେ । ଏହାପରେ ଶିଶୁର ସ୍ନେହରେ ଏପରି ଭୋଳ ହୋଇଗଲେ ଯେ, ଖ୍ରୀଷ୍ଚିନା ଏବଂ ତାଙ୍କ ସ୍ବାମୀ 105 ରୁ ଅଧିକ ପିଲା ଜନ୍ମ କରିବା ନେଇ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏପରି କରିବା ଶାରୀରିକ ବିଜ୍ଞାନରେ ଏହା ସମ୍ଭବ ନୁହେଁ। ତେଣୁ ସରୋଗେସିର ରାସ୍ତା ଚୟନ କରିଥିଲେ । ତେବେ ଇଚ୍ଛା ପୂରଣ ପାଇଁ, ଏହି ଦମ୍ପତି ସରୋଗେସି କରୁଥିବା କମ୍ପାନୀଗୁଡିକୁ ନିଯୁକ୍ତି ଦେଇଥିଲେ। ସେ ବିଭିନ୍ନ ମହିଳାଙ୍କ ଗର୍ଭରେ ଫର୍ଟିଲାଇଜ୍ କରିଥିଲେ। ଏହି ପ୍ରକ୍ରିୟା ମାଧ୍ୟମରେ, ଦମ୍ପତି ଏପର୍ଯ୍ୟନ୍ତ 21 ଟି ସନ୍ତାନ ଜନ୍ମ ଦେଇଛନ୍ତି। ଅର୍ଥାତ୍ ସେମାନଙ୍କର ବର୍ତ୍ତମାନ 22 ଜଣ ସନ୍ତାନ ଅଛନ୍ତି। ସେମାନଙ୍କର ଲକ୍ଷ୍ୟ ପୂରଣ କରିବାକୁ, ଆହୁରି 83 ପିଲା ଜନ୍ମ କରିବାକୁ ଚାହୁଁଛନ୍ତି । ଏହି ଇଚ୍ଛା ପୂରଣ କରିବାକୁ, ସେମାନେ 100ହଜାର ଡଲାର ଅର୍ଥାତ୍ ପ୍ରତି ପିଲାଙ୍କ ପାଇଁ ପ୍ରାୟ 8ଲକ୍ଷ ଟଙ୍କା ଦେଉଛନ୍ତି । କ୍ରିଷ୍ଟିନା କହିଛନ୍ତି ଯେ ତାଙ୍କର ପୁରା ଦିନ ତାଙ୍କ ପିଲାମାନଙ୍କର ଯତ୍ନ ନେବାରେ ବିତିଯାଉଛି। ପିଲାଙ୍କର ପ୍ରତ୍ୟେକ ଛୋଟ ଛୋଟ ଜିନିଷର ଯତ୍ନ ନେଉଛନ୍ତି ମାଆ ଖ୍ରୀଷ୍ଚିନା। 22 ପିଲାଙ୍କୁ ନେଇ ଉଭୟ ଖୁବ ଖୁସି ଥିବା ସେ ପ୍ରକାଶ କରିଛନ୍ତି ।












Click it and Unblock the Notifications