କେନିଆରେ ଅଚାନକ ଆସିଲା ବନ୍ୟା,୨୩ ଜଣଙ୍କ ମୃତ୍ୟୁ, ସେନା ମୁତୟନ
କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ ଅନେକ ଘଣ୍ଟା ଧରି ଅଟକି ରହିଥିଲେ। ଯାତାୟାତରେ ସହାୟତା ଏବଂ ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ କରାଯାଇଛି।

ପାଣିରେ ବୁଡ଼ି କେତେଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବିଦ୍ୟୁତ୍ ଆଘାତରେ କେତେକ ପ୍ରାଣ ହରାଇଥିବା ନାଇରୋବି ପୋଲିସ ମୁଖ୍ୟ କହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ରାସ୍ତା ଜଳାର୍ଣ୍ଣବ ଥିବାରୁ ଶତାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।












Click it and Unblock the Notifications