ସୁଦାନରେ ଏୟାର ଷ୍ଟ୍ରାଇକ:୨୨ ମୃତ
ସୁଦାନ:ସୁଦାନରେ ଏୟାର ଷ୍ଟ୍ରାଇକ । ଏହାଦ୍ୱାରା ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସୁଦାନ ସେନା ଓ ବିଦ୍ରୋହୀ ଅର୍ଦ୍ଧସାମରିକ ସେନା ଗୋଷ୍ଠୀ ମୁହାଁମୁହିଁ ହେବା ପରେ ରାଜଧାନୀ ଖାର୍ତୁମର ପଡୋଶୀ ସହରରେ ଏୟାର ଷ୍ଟ୍ରାଇକ ହୋଇଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି ।

ସୁଦାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଶନିବାର ଦିନ ଏକ ଆବାସିକ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଓମଦୁରମାନ ହେଉଛି ସୁଦାନର ରାଜଧାନୀ ଖାର୍ତୁମର ପଡୋଶୀ ସହର । ଏହି ଆକ୍ରମଣରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି ।
ସୁଦାନରେ ସେନା ଏବଂ ବିଦ୍ରୋହୀ ଅର୍ଦ୍ଧସାମରିକ ସେନା ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦରେ ସହରାଞ୍ଚଳରେ ଏହା ହେଉଛି ସବୁଠାରୁ ବଡ ଆକ୍ରମଣ । ଗତ ମାସରେ ମଧ୍ୟ ଖାର୍ତୁମରରେ ହୋଇଥିବା ଆକ୍ରମଣରେ ୧୭ ଜଣ ପ୍ରାଣ ହରାଇଥିବା ବେଳେ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ।
ସେନା ସାଧାରଣ ଲୋକଙ୍କୁ ଶୋଷଣ କରୁଛି ବୋଲି ଆରଏସଏଫ୍ ଅଭିଯୋଗ କରିଛି । ସେନା ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସେନା ଏଠାରେ ଆବଶ୍ୟକ ସାମଗ୍ରୀ ମଧ୍ୟ ବନ୍ଦ କରିଦେଇଛି ।












Click it and Unblock the Notifications