Get Updates
Get notified of breaking news, exclusive insights, and must-see stories!

ମହା ବିପଦ ନେଇ ମାଡ଼ି ଆସୁଛି ୨୦୨୫ ; ବିଶ୍ଵ ଦେଖିବ ଅଭାବ ଓ ଅନାଟନର କରାଳ ରୂପ !

ଲିଭେଇ ଯିବ ୨୦୨୪, ଆଉ ଆରମ୍ଭ ହେବ ୨୦୨୫। ତେବେ ଏହି ବର୍ଷ ୨୦୨୫ କିଭଳି ହେବ। ଏହାକୁ ନେଇ ଫରାସୀ ଜ୍ୟୋତିଷ ତଥା ଭବିଷ୍ୟବକ୍ତା ନସ୍ତ୍ରାଦମସ୍‌ ଭବିଷ୍ୟବାଣୀ କରିଛନ୍ତି।

Nostradamus Prophecy

ମାଡ଼ି ଆସିବ ଘୋର ବିପଦ। ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ। ମହାନ ଶକ୍ତିମାନଙ୍କ ମଧ୍ୟରେ ଯୁଦ୍ଧ ହେବ, ଯାହା ବିନାଶର କାରଣ ସାଜିବ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ନସ୍ତ୍ରାଦମସ୍‌। ଆସନ୍ତା ୨୦୨୫ ମସିହାରେ ୟୁରୋପରେ ଏକ ବଡ଼ ବିବାଦ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେବ। ଏଥିଯୋଗୁ ପୂରା ମହାଦ୍ୱୀପ ନଷ୍ଟ ହୋଇଯିବ। ଲୋକ ୟୁରୋପ ଛାଡ଼ି ପଳାୟନ କରିବେ।

ଏଥିସହ ୨୦୨୫ରେ ଦୀର୍ଘ ଦିନ ଧରି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟିପାରେ। ଏହା ପଛର କାରଣ ହେଉଛି ଭଭୟ ଦେଶର ସେନା ଥକି ଯିବେ। ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଦେଇପାରନ୍ତି। କିନ୍ତୁ ଶାନ୍ତି ରହିବ ନାହିଁ ବୋଲି ନସ୍ତ୍ରାଦମସ ନିଜ ଭବିଷ୍ୟବାଣୀରେ କହିଛନ୍ତି।

ନସ୍ତ୍ରାଦମସ ଭବିଷ୍ୟବାଣୀ କରିଛନ୍ତି ଯେ ନୂତନ ବର୍ଷ ଇଂଲଣ୍ଡ ଉପରେ ଭାରି ରହିବ। ଇଂଲଣ୍ଡ ଏକ କ୍ରୁର ଯୁଦ୍ଧର ସମ୍ମୁଖୀନ ହୋଇପାରେ। କେବଳ ସେତିକି ନୁହେଁ ପୁରାତନ ମହାମାରୀ ପ୍ଲେଗ ରୋଗ ବ୍ୟାପିପାରେ। ଶତ୍ରୁମାନଙ୍କ ଅପେକ୍ଷା ଏହା ବେଶ୍‌ କଷ୍ଠଦାୟକ ହେବ। ତାଙ୍କର COVID-19 ମହାମାରୀର ଭବିଷ୍ୟବାଣୀ ସତ ହୋଇଥିବାରୁ ବିଶେଷଜ୍ଞମାନେ ନସ୍ତ୍ରାଦମସ୍‌ଙ୍କ ଏହି ଭବିଷ୍ୟବାଣୀ ଉପରେ ନଜର ରଖିଛନ୍ତି।

୨୦୨୫ରେ ବିଶ୍ୱ ଅର୍ଥନୀତି ଧ୍ୱଂସ ହେବ। ଦେଖାଦେଖ ଘୋର ଆର୍ଥିକ ସଙ୍କଟ। ଏହି ଅର୍ଥନୈତିକ ସଙ୍କଟ ଦ୍ୱାରା ୟୁରୋପ ଏବଂ ଲାଟିନ୍ ଆମେରିକା ଗୁରୁତର ରୂପେ ପ୍ରଭାବିତ ହେବ। ଏହା ଦୁର୍ଭିକ୍ଷ ଓ ଅଶାନ୍ତି ସୃଷ୍ଟି କରିବ। ଏଥି ସହିତ ପ୍ରାକୃତିକ ବିପର୍ଯ୍ୟୟ ଏହି ଅବସ୍ଥାକୁ ଆହୁରି ଖରାପ କରିବ। ଫଳସ୍ୱରୂପ, ସାମାଜିକ ଅଶାନ୍ତି ଏବଂ ବିଶୃଙ୍ଖଳା ସମଗ୍ର ବିଶ୍ୱରେ ବ୍ୟାପିପାରେ ବୋଲି ନସ୍ତ୍ରାଦମସ୍‌ ପୂର୍ବାନୁମାନ କରିଛନ୍ତି।

ନସ୍ତ୍ରାଦମସ୍‌ ନିଜ ଭବିଷ୍ୟବାଣୀରେ ଦକ୍ଷିଣ ଆମେରିକାରେ ଆଗ୍ନେୟଗିରି ଉଦ୍‌ଗୀରଣ ଏବଂ ବ୍ରାଜିଲରେ ପ୍ରବଳ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଟେକ୍ନୋଲଜି ଆମ ଦୈନନ୍ଦିନ ଜୀବନ ଓ ଅନ୍ୟାନ୍ୟ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଆରମ୍ଭ କରିବ।

୧୫୦୩ରେ ଫ୍ରାନ୍ସରେ ଜନ୍ମିତ ନସ୍ତ୍ରାଦମସ୍‌ ସାରା ବିଶ୍ୱରେ ମୁଖ୍ୟତଃ ନିଜ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ। ୧୫୬୬ରେ ତାଙ୍କର ମୃତ୍ୟୁ ହୋଇସାରିଥିଲେ ମଧ୍ୟ ସେ କରିଥିବା ଭବିଷ୍ୟବାଣୀ ଆଜି ବି ଲୋକଙ୍କ ମଧ୍ୟରେ ବେଶ୍‌ ମହତ୍ୱ ରଖେ। ନସ୍ତ୍ରାଦମସ୍‌ଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ଅତିତରେ ସତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+