ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ
Chemistry Novel Prize 2023: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ତିନି ଆମେରିକୀୟ ବୈଜ୍ଞାମିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ.ବ୍ରୁସ୍ ଏବଂ ଆଲେକ୍ସି ଏଲ.ଏକିମୋଭଙ୍କୁ ମିଳିବ ନୋବେଲ୍ । ଏନେଇ ବୁଧବାର ଦିନ ଘୋଷଣା କରାଯାଇଛି ।
BREAKING NEWS
— The Nobel Prize (@NobelPrize) October 4, 2023
The Royal Swedish Academy of Sciences has decided to award the 2023 #NobelPrize in Chemistry to Moungi G. Bawendi, Louis E. Brus and Alexei I. Ekimov “for the discovery and synthesis of quantum dots.” pic.twitter.com/qJCXc72Dj8
ଫିଜିଓଲୋଜି-ମେଡିସିନ୍ ଏବଂ ଫିଜିକ୍ସର ବିଜେତାମାନଙ୍କ ନାମ ଘୋଷଣା କରିବା ପରେ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ମଧ୍ୟ ରସାୟନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା କରାଯାଇଛି । କ୍ୱାଣ୍ଟମ ଡଟ୍ସର ଉଦ୍ଧାବନ ଏବଂ ବିଶ୍ଳେଷଣ ପାଇଁ ଏତି ତିନି ବିଶିଷ୍ଟ ବିଜ୍ଞାନୀ ପାଇବେ ନୋବେଲ୍ । କ୍ୱାଣ୍ଟମ ଡଟ୍ସ,ନାନୋ-ପାର୍ଟିକଲ୍ସର ଖୁବ କ୍ଷୁଦ୍ର ଏବଂ ଏଗୁଡିକର ଆକାର ସେମାନଙ୍କର ଗୁଣି ନିର୍ଣ୍ଣୟ କରେ ।
ତେବେ ନାନୋଟେକ୍ନୋଲୋଜିର ବ୍ୟବହାରରେ ଏହି କ୍ଷୁଦ୍ର ଉପାଦାନଗୁଡିକ ଖୁବ୍ ସହାୟକ ହେବ ବୋଲି ନୋବେଲ୍ ଘୋଷଣକାରୀ
ଟିମ୍ ସୂଚନା ଦେଇଛି ।

ସୂଚନାଥାଉ ଯେ, ଗତକାଲି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା । ଅକ୍ଟୋବର ୧୦ରେ ନୋବେଲ୍ ପୁରସ୍କାର ଉଦ୍ଧାବଳ ଆଲଫ୍ରେଡ ନୋବେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ । ତେବେ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର ଦିଆଯାଏ ।












Click it and Unblock the Notifications