ବିଦେଶୀଙ୍କ ଉପରେ ଭାରତୀୟଙ୍କ ରାଜ୍: 15 ଦେଶର 200 ପଦବୀରେ ଭାରତୀୟ ବଂଶୋଦ୍ଭବ
ବିଶ୍ୱର ବିଭିନ୍ନ ଦେଶର ଉଚ୍ଚ ପଦପଦବୀରେ ଭାରତୀୟ ବଂଶୋଦ୍ଭବ । 15 ଟି ଦେଶର ଶୀର୍ଷ ନେତୃତ୍ୱରେ 200 ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି ।
ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶର ଉଚ୍ଚ ପଦପଦବୀରେ ଭାରତୀୟ ବଂଶୋଦ୍ଭବ । 15 ଟି ଦେଶର ଶୀର୍ଷ ନେତୃତ୍ୱରେ 200 ଜଣ ଭାରତୀୟ ବଂଶୋଦ୍ଭବ ସ୍ଥାନ ପାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦେଶଗୁଡିକରେ ଆମେରିକା ଏବଂ ଇଂଲଣ୍ଡ ପରି ବଡ ଏବଂ ପ୍ରଭାବଶାଳୀ ଦେଶ ମଧ୍ୟ ଅନ୍ତର୍ଭୁକ୍ତ । ଏହି ଲୋକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ବିଭିନ୍ନ ଦେଶର ମନ୍ତ୍ରୀମଣ୍ଡଳରେ ନିଜର ସ୍ଥାନକୁ ଅକ୍ତିଆର କରିଛନ୍ତି। ଏଭଳି ସୂଚନା '୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର' ରେ ପ୍ରକାଶ ପାଇଛି।

'୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର' ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାଇ, ବିଶ୍ୱର ପ୍ରାୟ 15 ଟି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ 200 ଜଣ ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶର ଅର୍ଥମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପରି ଉଚ୍ଚ ପଦବୀରେ ମଧ୍ୟ ଭାରତୀୟ ବଂଶୋଦ୍ଭବ ରହିଛନ୍ତି ।
ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ, ସାଂସଦ, ବ୍ୟାଙ୍କ ମୁଖ୍ୟ, ଯେକୌଣସି ଆୟୋଗର ମୁଖ୍ୟ ପଦରେ ଅଛନ୍ତି। ଏଥି ସହିତ ଭାରତ ସରକାରଙ୍କ ପରିସଂଖ୍ୟାନ ଅନୁଯାୟୀ ଭାରତର 32 କୋଟି ଲୋକ ପୃଥିବୀର ବିଭିନ୍ନ ଦେଶରେ ରୁହନ୍ତି। '୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର'ର ଏହି ରିପୋର୍ଟ ସାରା ବିଶ୍ୱରେ ଆଲୋଚନା ହେଉଛି।

ଏହି ରିପୋର୍ଟ ପ୍ରକାଶ କରିବା ପରେ ଇଣ୍ଡିଆସପୋରାର ଏମଆର ରଙ୍ଗସ୍ୱାମୀ କହିଛନ୍ତି ଯେ ଭାରତୀୟମାନେ ବିଶ୍ୱରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ତାଲିକା ଦେଖିବା ପରେ ସେ ଭାରତ ପାଇଁ ଗର୍ବିତ। ଏଥି ସହିତ ଏହି ତାଲିକାରେ ଅନ୍ତର୍ଭୁକ୍ତ ଭାରତୀୟ-ଆମେରିକୀୟ ସାଂସଦ ଆମି ବେରା କହିଛନ୍ତି ଯେ '୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର' ତାଲିକାରେ ଯୋଗଦେବା ମୋ ପାଇଁ ଗର୍ବର ବିଷୟ ।
ଆମେରିକାରେ ରହି ଭାରତୀୟ ସମ୍ପ୍ରଦାୟର ଚେହେରା ହେବା ଏବଂ ଆଜି ଭାରତୀୟ ମୂଳ ଆମେରିକୀୟମାନେ ଆମେରିକାର ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନାକ ମଧ୍ୟ ଭାରତୀୟ ବଂଶୋଦ୍ଭବ ଅଟନ୍ତି ।

ତେବେ ୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର' ଅନୁଯାୟୀ, ଯେଉଁ ଦେଶରେ ଭାରତୀୟ ମୂଳ ବ୍ୟକ୍ତିମାନେ ଶୀର୍ଷ ସ୍ଥାନ ଅଧିକାର କରନ୍ତି, ସେହି ଦେଶର ଜିଡିପି ପ୍ରାୟ 28 ଟ୍ରିଲିୟନ ଡଲାର ଅଟେ। ତେଣୁ ବିଶ୍ୱ ମାନଚିତ୍ରରେ ଭାରତର କେଉଁ ସ୍ତରର ପ୍ରାଧାନ୍ୟ ରହିଛି , ଆପଣ ଅନୁମାନ କରିପାରିବେ।












Click it and Unblock the Notifications