ବିନା ପାଇଲଟରେ ୧୦ ମିନିଟ୍‌ ଆକାଶରେ ଉଡ଼ିଲା ବିମାନ,ଥିଲେ 200 ଯାତ୍ରୀ

ଜର୍ମାନୀର ପ୍ରସିଦ୍ଧ ବିମାନ କମ୍ପାନୀ ଲୁଫଥାଂସାର ଏକ ଉଡ଼ାଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ହଁ ଆଜ୍ଞା ବିନା ପାଇଲଟରେ ବିମାନଟି ମଝି ଆକାଶରେ ଉଡୁଥିଲା । ତେବେ ଏହି ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲକୁ ଯାଉଥିଲା । ଯେତେବେଳେ ବିମାନଟି ପ୍ରାୟ ୩୬ ହଜାର ଫୁଟ ଉଚ୍ଚତାରେ ଥିଲା ଏହା ପାଇଲଟ ବିନା ଆକାଶରେ ଉଡ଼ି ଚାଲିଥିଲା । ଏହା ୧-୨ ମିନିଟ୍ ପାଇଁ ନୁହେଁ ବରଂ ପ୍ରାୟ ୧୦ ମିନିଟ୍ ପାଇଁ ଉଡିଥିଲା ।

ଜର୍ମାନ ସମ୍ବାଦ ସଂସ୍ଥା ଡିପିଏ ଶନିବାର ରିପୋର୍ଟ କରିଛି ଯେ, ଗତ ବର୍ଷ ସ୍ପେନ ଯାଉଥିବା ଲୁଫଥାନ୍ସାର ଏକ ବିମାନର କୋ-ପାଇଲଟ କକପିଟରେ ଏକା ଥିବା ସମୟରେ ଚେତାଶୂନ୍ୟ ହୋଇଯିବା ପରେ ୧୦ ମିନିଟ୍ ପାଇଁ ପାଇଲଟ ବିନା ବିମାନଟି ଉଡ଼ିଥିଲା। ସ୍ପାନିସ୍ ଦୁର୍ଘଟଣା ତଦନ୍ତ କର୍ତ୍ତୃପକ୍ଷ ସିଆଇଆଇଏଏସିର ଏକ ରିପୋର୍ଟରୁ ଉଦ୍ଧୃତ କରି ଗଣମାଧ୍ୟମ ସଂସ୍ଥା ଡିପିଏ ରିପୋର୍ଟ କରିଛି ଯେ, ଗତ ବର୍ଷ ଫେବ୍ରୁଆରି ୧୭ ତାରିଖରେ ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲା ଯାଉଥିବା ଏକ ଉଡ଼ାଣ ସମୟରେ ଏୟାରବସ୍ ଏ-୩୨୧ର କ୍ୟାପଟେନ ଶୌଚାଳୟ ଯାଇଥିବାବେଳେ କୋ-ପାଇଲଟ କକପିଟରେ ଅଚେତ ହୋଇଯାଇଥିଲେ।

ରିପୋର୍ଟ ଅନୁଯାୟୀ, ବିମାନରେ ୧୯୯ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ, ବିମାନଟି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ପାଇଲଟ ବିନା ମଝି ଆକାଶରେ ଉଡ଼ି ଚାଲିଥିଲା। କ୍ୟାପଟେନ ଶୌଚାଳୟ ଯାଇଥିବାବେଳେ କକପିଟରେ ଏକା ଥିବା କୋ-ପାଇଲଟ ଚେତା ହରାଇ ବସିଥିଲେ। ଯେତେବେଳେ କ୍ୟାପଟେନ ଶୌଚାଳୟରୁ ବାହାରକୁ ଆସିଲେ, ସେ କ୍ୟାବିନ ଦ୍ୱାର ଖୋଲିବାକୁ ଠକ୍ ଠକ୍ କଲେ। କିନ୍ତୁ ଦ୍ୱାର ଖୋଲିଲା ନାହିଁ।

Fly Without A Pilot

ଏହା ପରେ କ୍ୟାପଟେନ ଜରୁରୀକାଳୀନ ବଟନ୍ ଦବାଇ ସାହାଯ୍ୟ ମାଗିଲେ, କିନ୍ତୁ ଏହି ସମୟ ମଧ୍ୟରେ କୋ-ପାଇଲଟ ଚେତା ଫେରି ପାଇଥିଲେ ଏବଂ କକପିଟ ଦ୍ୱାର ଖୋଲିଦେଇଥିଲେ। ଏହା ପୂରା ୧୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ପରେ ବିମାନଟିକୁ ମାଦ୍ରିଦରେ ଅବତରଣ କରାଯାଇଥିଲା।

କୋ-ପାଇଲଟ୍ ଚେତାଶୂନ୍ୟ ହେବା ପରେ ଏକ ସକ୍ରିୟ ଅଟୋପାଇଲଟ୍ ଯୋଗୁ ବିମାନଟି ସ୍ଥିର ଭାବରେ ଉଡ଼ିପାରିଥିଲା। ଏହି ସମୟ ମଧ୍ୟରେ, ଭଏସ୍ ରେକର୍ଡର୍ କକପିଟରେ ଅଜବ ଶବ୍ଦ ରେକର୍ଡ କରିଥିଲା ​​ଯାହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭଳି ଥିଲା ବୋଲି ଡିପିଏ ରିପୋର୍ଟ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+