ଜମ୍ମୁ-କଶ୍ମୀରରେ ଏନ୍କାଉଣ୍ଟର୍ରେ ୨ ଆତଙ୍କୀ ନିହତ
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ସରିବା ପରେ ଆତଙ୍କବାଦୀଙ୍କ ହିଂସାକାଣ୍ଡା ଆରମ୍ଭ ହୋଇଯାଇଛି। ବିଶେଷ କରି ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ୍ କରୁଛନ୍ତି ଆତଙ୍କବାଦୀ। ଶୁକ୍ରବାର ବୁଡଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଦୁଇ ପ୍ରବାଶୀ ଶ୍ରମିକଙ୍କୁ ଗୁଳି କରି କରିଛନ୍ତି।
ଅନ୍ୟପଟେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ସୁରକ୍ଷା ବାହିନୀର ଏନ୍କାଉଣ୍ଟ୍ରେ ୨ ଆତଙ୍କବାନୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଚଳାଇଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଜମ୍ମୁ-କଶ୍ମୀରର ଖନୟାର ଅଞ୍ଚଳରେ ମଧ୍ୟ ସମାନ ମୁକାବିଲା ହେବାର କିଛି ଘଣ୍ଟା ପରେ ସଂପୃକ୍ତ ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି। ସେନାର ସୂଚନାନୁସାରେ, ନିହତ ହୋଇଥିବା ଆତଙ୍କବାଦୀ ଶାଂଗସର ଟେରିଟେରାଲ୍ ଆର୍ମି ହିଲାଲ ଅହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। କୁହାଯାଉଛି ଯେ ଗତ ୧୨ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ତିନୋଟି ଆତଙ୍କବାଦୀ ସମ୍ବନ୍ଧୀୟ ଘଟଣା ଘଟିଲାଣି। ଏହାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।












Click it and Unblock the Notifications