ଆଉ ୨ ଇସ୍କନ ସାଧୁ ହେଲେ ଗିରଫ
ନୂଆଦିଲ୍ଲୀ: ଦେଶରୁ ହିନ୍ଦୁମାନଙ୍କୁ ବିଦା କରି ବାଂଲାଦେଶକୁ ଇସ୍ଲାମିକ ଦେଶ କରିବାର ଗୁପ୍ତ ମସୁଧାରେ ବାଂଲାଦେଶ ସରକାର। ଏଥିପାଇଁ ନାନା ଅତ୍ୟାଚାର, ମିଛ ମାମଲା ଓ ଗିରଫ ଆଦି କରି ହିନ୍ଦୁଙ୍କୁ ବିଦା କରାଯାଉଛି। ଏମିତିରେ ଭୟରେ ୫୦ରୁ ଅଧିକ ଇସ୍କନ ସାଧୁ ବାଂଲାଦେଶ ସୀମା ଡେଇଁ ଭାରତ ଆସିବାକୁ ଚେଷ୍ଟା କରିଥିବା ବେଳେ ସୀମାରେ ସେମାନଙ୍କୁ ନାନା ହଇରାଣ କରିଛି ବାଂଲାଦେଶ ସେନା।
ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ ଚେତନା (ISKCON) କୋଲକାତା ମୁଖପାତ୍ର ରାଧାରମଣ ଦାସ କହିଛନ୍ତି ଯେ, ବାଂଲାଦେଶ ପୁଲିସ ଇସ୍କନର ଆଉ ଦୁଇ ବ୍ରହ୍ମଚାରୀଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଚିନ୍ମୟ ପ୍ରଭୁଙ୍କୁ ଭେଟିବାକୁ ଦୁଇ ଜଣ ସାଧୁ ଜେଲ୍ ଯାଇଥିଲେ। ସେମାନେ ଫେରିବା ପରେ ତାଙ୍କୁ ଗିରଫ କରାଯାଇଛି। ଚିନ୍ମୟ ପ୍ରଭୁଙ୍କ ସଚିବ ବି ନିଖୋଜ ଅଛନ୍ତି। ଦୟାକରି ତାଙ୍କ ପାଥଁ ପ୍ରାର୍ଥନା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ଗିରଫ ଦୁଇ ଜଣ ସାଧୁ ହେଲେ ରୁଦ୍ରପ୍ରୋତି କେଶବ ଦାସ ଓ ରଙ୍ଗାନାଥ ଶ୍ୟାମ ସୁନ୍ଦର ଦାସ। ଏମାନେ ଦୁଇ ଜଣ ଚିନ୍ମ ଦାସ ପ୍ରଭୁଙ୍କୁ ଖାଦ୍ୟ, ମେଡିସିନ୍ ଓ ଟଙ୍କା ଦେବା ପାଇଁ ଜେଲ୍ ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।ବାଂଲାଦେଶ ସ୍ଥିତ ସନାତନ ଜାଗରଣ ଜ୍ୟୋତର ମୁଖପାତ୍ର ଚିନ୍ମୟ ଦାସଙ୍କୁ ସୋମବାର ଢ଼ାକା ସ୍ଥିତ ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ରାଲିରେ ଭାଗ ନେବାକୁ ଯାଉଥିବା ବେଳେ ଗିରଫ କରାଯାଇଥିଲା।
ମଙ୍ଗଳବାର ଚଟଗାଁଓ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଜେଲକୁ ପଠାଇ ଦେଇଥିଲା। ଏପରେ ବାଂଲାଦେଶରେ ହିନ୍ଦୁମାନେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ବ୍ୟାପକ ହିଂସାତ୍ମକ ସ୍ଥିତି ଉପୁଜିଥିଲା।












Click it and Unblock the Notifications