ଇରାନ ସୁପ୍ରିମକୋର୍ଟର ୨ ବିଚାରପତିଙ୍କୁ ଗୁଳି କରି ହତ୍ୟା; ନିଜକୁ ବି ଗୁଳି କଲା ଅଭିଯୁକ୍ତ
ଇରାନ ସୁପ୍ରିମ୍ କୋର୍ଟର ଦୁଇ ଜଣ ବିଚାରପତିଙ୍କୁ ତେହେରାନରେ ଗୁଳି କରି ହତ୍ୟା କରାଯାଇଛି । ସୁପ୍ରିମକୋର୍ଟ ବାହାରେ ଆକ୍ରମଣକାରୀ ଦୁଇ ଜଣ ବିଚାରପତିଙ୍କୁ ଗୁଳି କରି ହତ୍ୟା କରିବା ପରେ ହତ୍ୟାକାରୀ ନିଜକୁ ଗୁଳି କରିଥିଲେ । ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ମଧ୍ୟ ୧୯୮୦ ଓ ୧୯୯୦ ଦଶକରେ ଇସଲାମିକ ଶାସନର ବିରୋଧୀଙ୍କୁ ହତ୍ୟା କରିବାରେ ଉଭୟ ମୃତ ବିଚାରପତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମୌଲବୀ ମହମ୍ମଦ ମୋଘିସେ ଏବଂ ଅଲ୍ଲୀ ରଜନୀ କୋର୍ଟରେ ପହଞ୍ଚିବା ପରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁବୁର୍ତ୍ତ, ମୌଲବୀ ମହମ୍ମଦ ମୋଘିସେ ଆମେରିକା ବିରୋଧରେ ନିଜର କଠୋର ଆଭିମୁଖ୍ୟ ପାଇଁ ଜଣାଶୁଣା । ୨୦୧୯ରୁ ଆମେରିକା ତାଙ୍କୁ ନିଷିଦ୍ଧ କରିଛି । ମୋଗେଶ ଏପରି ଜଣେ ବ୍ୟକ୍ତିତ୍ବ ଯିଏ ପ୍ରମାଣ କୁ ନ ଦେଖି ମନଇଚ୍ଛା ଲୋକଙ୍କୁ ଦଣ୍ଡ ଦିଅନ୍ତି । ତାଙ୍କୁ ଗଣହତ୍ୟା ବିଚାରପତି କୁହାଯାଉଥିଲା । ସୁପ୍ରିମ୍ କୋର୍ଟର ମୁଖପାତ୍ର ଅସଗର ଜାହାଙ୍ଗୀର ଇରାନର ସରକାରୀ ଗଣମାଧ୍ୟମକୁ କହିଛନ୍ତି ଆକ୍ରମଣକାରୀ ସୁପ୍ରିମ୍ କୋର୍ଟରେ କାମ କରୁଥିଲେ । ସେଠାରେ କୌଣସି ମାମଲା ଚାଲିନଥିଲା। ଏହି ଆକ୍ରମଣରେ ବିଚାରପତିଙ୍କ ଜଣେ ଅଙ୍ଗରକ୍ଷୀଙ୍କୁ ମଧ୍ୟ ଗୁଳି କରାଯାଇଥିଲା । ଉଭୟ ମୋଗେଶ ଏବଂ ରଜନୀ ସାମ୍ବାଦିକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଲମ୍ବା ଦଣ୍ଡା ଦେଶଶୁଣାଇ ଥାନ୍ତି । ଇସଲାମିକ ଶାସନକୁ ବିରୋଧ କରିଥିବା ପାଖାପାଖି ୫୦୦୦ ଲୋକଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ଉଭୟ ବିଚାରପତି ।












Click it and Unblock the Notifications