ନେପାଳରେ ଦେଢ ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ
ନେପାଳ:ବଳମ୍ବିତ ରାତିରେ ନେପାଳରେ କିଛି ଘଣ୍ଟା ମଧ୍ୟରେ ୨ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ପ୍ରଥମ ଭୂକମ୍ପ ୪.୮ ମ୍ୟାଗ୍ନିଚ୍ୟୁଡ୍ ହୋଇଥିବାବେଳେ ଦ୍ୱିତୀୟ ଭୂକମ୍ପ ୫.୯ ମ୍ୟାଗ୍ନିଚ୍ୟୁଡର ଥିଲା । ଏହାର କେନ୍ଦ୍ର ନେପାଳର ବାଜୁରାର ଦାହାକୋଟରେ ରହିଥିଲା ।

ନେପାଳର ସୁରଖେଟ ଜିଲ୍ଲାରେ ଅବସ୍ଥିତ ଭୂକମ୍ପ କେନ୍ଦ୍ରର ଅଧିକାରୀ ରାଜେଶ ଶର୍ମା କହିଛନ୍ତି ଯେ ପ୍ରଥମ ଭୂକମ୍ପ ରାତି ୧୧.୫୮ ରେ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୯ ଥିବାବେଳେ ଦ୍ୱିତୀୟ ଭୂକମ୍ପ ରାତି ୧.୩୦ ସମୟରେ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୫.୯ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।
ସୂଚନା ଅନୁସାରେ, ପଶ୍ଚିମ ନେପାଳର ଅନେକ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଭାରତର କେତେକ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଏପ୍ରିଲ୍ ୨୦୧୫ରେ ୭.୮ ମ୍ୟାଗ୍ନିଚ୍ୟୁଡର ଏକ ବଡ଼ ଭୂକମ୍ପରେ ଥରିଥିଲା ନେପାଳ । ଏଥିରେ ପ୍ରାୟ ୯,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨,୦୦୦ ଲୋକ ଆହତ ହୋଇଥିଲେ।












Click it and Unblock the Notifications