ଆମେରିକାରେ ଗୁଳିମାଡ଼:୮ ମୃତ
ଆମେରିକା: ଆମେରିକାରେ ଦୁର୍ବୃତ୍ତର ଆଖିବୁଜା ଗୁଳିମାଡ଼ । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଶିକାଗୋ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ କରି ଅଭିଯୁକ୍ତ ଫେରାର, ଜାଞ୍ଚ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ଚିକାଗୋ ସହରର ଜୋଲିଏଟ ଏବଂ ଇଲ୍ଲିନୋଏସରେ ଗୁଳିଚାଳନା କରିଥିଲେ ଦୁର୍ବୃତ୍ତ । ହଠାତ୍ ଏକ କାରରେ ଆସି ଜନଗହଳି ସ୍ଥାନ ଉପରକୁ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ । ଯେଉଁଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୨୩ରୁ ଅଧିକ ଜଣ ଲୋକ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଖୋଜା ଆରମ୍ଭ ହୋଇଛି । ଯେଉଁଥି ପାଇଁ ପୋଲିସର ଏକ ସ୍ପେସାଲ୍ ଟିମ୍ ଗଠନ କରାଯାଇଛି ।
ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଘଟଣା ଆମେରିକାରେ ଘଟିଛି । ଅନେକ ଥର ଜହଗହଳି ସ୍ଥାନ ଉପରକୁ ଗୁଳିମାଡ଼ କରାଯାଇଛି । ନିକଟରେ ୟୁନିଭର୍ସିଟିରେ ମଧ୍ୟ ଗୁଳିକାଣ୍ତ କରାଯାଇଥିଲା । ଯେଉଁଥିରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।












Click it and Unblock the Notifications