ମଝି ଆକାଶରେ ବିମାନ ଦୁର୍ଘଟଣା, ୧୯ ଜଣଙ୍କର ମୃତ୍ୟୁ

US Plane Crash News: ଆମେରିକାରେ ମଝି ଆକାଶରେ ବଡ଼ ବିମାନ ଦୁର୍ଘଟଣା । ରୋନାଲ୍ଡ ରେଗନ ଏୟାରପୋର୍ଟ ନିକଟରେ ଏକ ହେଲିକପ୍ଟର ସହ ଏକ ବିମାନ ଧକ୍କା ହୋଇଥିଲା ଯେଉଁଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ବିମାନରେ ମୋଟ୍ ୬୪ ଜଣ ଯାତ୍ରୀ ଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ୱାଶିଂଟନ ଡିସିର ରିଗାନ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ବିମାନ ଏକ ଆମେରିକୀୟ ଆର୍ମି ହେଲିକପ୍ଟର ସହିତ ଧକ୍କା ହୋଇ ପୋଟୋମାକ ନଦୀରେ ଖସି ପଡ଼ିଛି। ଏହି ବିମାନରେ ପ୍ରାୟ ୬୪ ଜଣ ଥିଲେ, ଯେଉଁଥିରୁ ୪ ଜଣ କ୍ରୁ ସଦସ୍ୟ ଥିଲେ। BNO ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ୪ଜଣଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ନଦୀରୁ ୧୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।

US Plane Crash

ଏହି ଆମେରିକୀୟ ଏୟାରଲାଇନ୍ସ ବିମାନଟି କାନସାସର ୱିଚିଟାରୁ ଉଡ଼ାଣ ଭରୁଥିଲା ଏବଂ ୱାଶିଂଟନ ଡିସି ଅଭିମୁଖେ ଯାଉଥିଲା। ଏହି ବିମାନଟି ରନୱେରେ ଅବତରଣ କରିବା ସମୟରେ ଏକ ଆର୍ମି ହେଲିକପ୍ଟର ସହ ଧକ୍କା ହୋଇଥିଲା। ଆମେରିକା ହ୍ଵାଇଟ ହାଉସ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟର ସହ ବିମାନ ଧକ୍କା ପରେ ବିମାନଟି ନଦୀରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କରିଥିବା ଦାବି କରାଯାଉଛି । ଦୁର୍ଘଟଣା ପରେ ପୋଟୋମେକ ନଦୀରେ ରେସକ୍ଯୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+