ବାଂଲାଦେଶ ବାୟୁସେନା ବିମାନ ଦୁର୍ଘଟଣା:୧୯ ଛୁଇଁଲା ମୃତ୍ୟୁ ସଂଖ୍ୟା
ଜଳିଗଲା ବାୟୁସେନାର ଏକ ଜେଟ୍। ଭାରତରେ ନୁହେଁ ବଂଲାଦେଶରେ ଘଟିଛି ଏହି ଘଟଣା। ଆଜି ଦିନ ପ୍ରାୟ ୧:୩୦ (ଭାରତୀୟ ସମୟ ୧:୦୦) ସମୟରେ ବଂଲାଦେଶର ରାଜଧାନୀ ଢାକାରେ ଏକ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଜେଟ୍ ଦୁର୍ଘଟଣାରେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ସେହି ସଂଖ୍ୟା ବୃଦ୍ଧି ପାଇଁ ୧୯ରେ ପହଞ୍ଚିଛି।
ସୋମବାର ଦ୍ଵିପ୍ରହର ସମୟରେ ବାଂଲାଦେଶ ବାୟୁସେନାର F7 ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଢାକାର ଉତ୍ତରାରେ ଥିବା ଦିଆବାରି ଅଞ୍ଚଳରେ ମାଇଲଷ୍ଟୋନ ସ୍କୁଲ ଆଣ୍ଡ କଲେଜ ପରିସରରେ ବିମାନଟି ଖସିପଡ଼ିଛି । ବିମାନ କଲେଜ ବିଲ୍ଡିଂରେ ଧକ୍କା ହୋଇଛି । ଦୁର୍ଘଟଣା ସମୟରେ କଲେଜରେ ପିଲାମାନେ ଉପସ୍ଥିତ ଥିବା କୁହାଯାଉଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ବିମାନଟି ଦିନ ପ୍ରାୟ ୧:୦୬ରେ ଉଡ଼ାଣ ଭରିଥିଲା ଏବଂ ଏହାର ତୁରନ୍ତ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ସ୍କୁଲ୍ ଗେଟ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । ନିଆଁ ଲିଭାଇବା ପାଇଁ ଆଠଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ବର୍ତ୍ତମାନ ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।












Click it and Unblock the Notifications