୧୮୨ କୋଟିର ଆର୍ଥିକ ସହାୟତା ଭାରତକୁ ବନ୍ଦ କଲା ଆମେରିକା
ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ଲାଗି ଖର୍ଚ୍ଚ କାଟ ଜାରି ରଖିଛି। ଏହି ଅବସରରେ ଆମେରିକା ଭାରତକୁ ଦେବାକୁ ଥିବା ୧୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଛି । ଏଲନ ମସ୍କଙ୍କ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ) ରବିବାର ଘୋଷଣା କରି କହିଛି ଯେ, ଆମେରିକା ଭାରତରେ ମତଦାନ ପ୍ରତିଶତ ବୃଦ୍ଧି କରିବା ଲାଗି ଦେଉଥିବା ୨୧ ନିୟୁତ ଡଲାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ସରକାରୀ ଖର୍ଚ୍ଚ କାଟ କରିବା ଲାଗି ଏକ ନୂଆ ବିଭାଗ ସୃଷ୍ଟି କରିଛନ୍ତି। ଏହାର ନାଁ ହେଉଛି ଡିପାର୍ଟମେଣ୍ଟ ଅଫ ଗଭର୍ନମେଣ୍ଟ ଏଫିସିଏନ୍ସି(ଡିଓଜିଇ)। ଏହି ବିଭାଗ ସରକାରଙ୍କ ଖର୍ଚ୍ଚ ହ୍ରାସ କରିବା ଦିଗରେ ପଦକ୍ଷେପ ନେଉଛି । ଟ୍ରମ୍ପ ଟେସଲା ମାଲିକ ଏଲନ ମସ୍କଙ୍କୁ ଏହି ବିଭାଗର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ମସ୍କ ଅତି ଗମ୍ଭୀରତାର ସହିତ ବିଶ୍ଵବ୍ୟାପୀ ଆମେରିକା ଦେଉଥିବା ସମସ୍ତ ଅନୁଦାନର ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ଏବଂ ସରକାରୀ ନୀତି ଅନୁସାରେ ନିଷ୍ପତ୍ତି ନେଉଛନ୍ତି। ଡିଓଜିଇ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ଜରିଆରେ ଘୋଷଣା କରାଯାଇଛି ଯେ, ଆମେରିକା କରଦାତାଙ୍କ ଅର୍ଥ ଯେଉଁ ସବୁ ଉପାୟରେ ଖର୍ଚ୍ଚ କରାଯିବାର ଥିଲା ତାହାକୁ ରଦ୍ଦ କରିଦିଆଯାଇଛି ।












Click it and Unblock the Notifications