Get Updates
Get notified of breaking news, exclusive insights, and must-see stories!

ଜାପୋରିଜିୟାରେ ଋଷର ରକେଟ ମାଡ, 17ରୁ ଉର୍ଦ୍ଧ୍ବ ମୃତ

ୟୁକ୍ରେନର ଜାପୋରିଜିୟା ଅଞ୍ଚଳରେ ଏକାଧିକ ରକେଟ ମାଡ କରିଛି ଋଷ ସେନା। ଫଳରେ ପ୍ରାୟ 17 ଜଣଙ୍କ ପ୍ରାଣହାନୀ।

କିଭ: ୟୁକ୍ରେନ ଉପରେ ପୁଣି ଋଷର ଏକ ବଡ ଆକ୍ରମଣ । ୟୁକ୍ରେନର ଜାପୋରିଜିୟା ଅଞ୍ଚଳରେ ରକେଟ ମାଡ କରିଛି ଋଷ ସେନା। ଏଥିରେ ପ୍ରାୟ 17 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 40 ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମ ଅନୁସାରେ ସାଧାରଣ ଜନତା ଓ ଜନବସତିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ 5ଟିରୁ ଅଧିକ ଆପାର୍ଟମେଣ୍ଟ ଧ୍ବଂସ ହୋଇଥିବା ନେଇ ଜାପୋରିଜିଆର ମେୟର ଅନାଟୋଲି କୁର୍ତ୍ତାଏଭ କହିଛନ୍ତି ।

Zaporizhzhia

ଗତକାଲି ଦେଶକୁ ସମ୍ବୋଧନ କରି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି , ଜାରି ରହିଥିବା ଯୁଦ୍ଧରେ ସେମାନେ ହାର ମାନିନାହାନ୍ତି ବରଂ ପୂର୍ବ ଡୋନେଟସ୍କ ଅଞ୍ଚଳର ୟୁକ୍ରେନ ସେନା ଓ ଋଷ ସେନା ମଧ୍ୟରେ ତୀବ୍ର ଲଢେଇ ଜାରି ରହିଛି । ବର୍ତ୍ତମାନ ଜାରି ରହିଥିବା ସ୍ଥିତି ସବୁଠୁ କଷ୍ଟସାଧ୍ୟ ବୋଲି ଜେଲେନସ୍କି ଦେଶବାସୀଙ୍କୁ ଅବଗତ କରିଥିଲେ ।

ୟୁରୋପ ମହାଦେଶର ପୂର୍ବରେ ଥିବା ୟୁକ୍ରେନ ନାଟୋର ସଦସ୍ୟତା ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରେ ସୁରକ୍ଷା ନେଇ ଆଶଙ୍କା କରିଥିଲା ମସ୍କୋ । ୟୁକ୍ରେନ ନାଟୋରେ ସାମିଲ ନେଇ ଋଷ କୂଟନୈତିକ ଚାପ ପକାଇଥିଲା । ହେଲେ ୟୁକ୍ରେନ ପଶ୍ଚିମ ରାଷ୍ଟ୍ରଙ୍କ ପ୍ରତି ନିକଟତର ହେବା ଓ ନାଟୋ ସଦସ୍ୟତା ପାଇବାକୁ ଇଚ୍ଛା ପ୍ରକାଶ କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲା ଋଷ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+