ଖାଈକୁ ଖସିଲା ଭ୍ୟାନ୍, ୧୬ ମୃତ, ୩୦ ଆହତ

ଦକ୍ଷିଣ ପାକିସ୍ତାନରେ ଏକ ବଡ଼ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ ଭ୍ୟାନ ଖାଈକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଗତକାଲି (ସୋମବାର) ସିନ୍ଧ ପ୍ରଦେଶର ଜାମଶୋରୋ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ,ଦୁର୍ଘଟଣାଟି ଏକ ପାହାଡିଆ ଅଞ୍ଚଳରେ ଘଟିଥିଲା ଯେତେବେଳେ କି ଭ୍ୟାନର ଡ୍ରାଇଭର ଦ୍ରୁତ ଗତି ହେତୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଏବଂ ଭ୍ୟାନ୍ ଟି ଖାଈକୁ ଖସି ପଡ଼ିଥିଲା।

ତେବେ ଦୁର୍ଘଟଣାଘଟାଇଥିବା ଏହି ଭ୍ୟାନଟି କୋଲ୍ହି ଜନଜାତିର ସଦସ୍ୟ ମାନଙ୍କୁ ପଞ୍ଜାବ ପ୍ରଦେଶର ଲାପାରୀରୁ ନେଇ ସିନ୍ଧ ପ୍ରଦେଶର ବାଦିନକୁ ଯାଉଥିଲା। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତକ ଏବଂ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଏନେଇ ଡେପୁଟି କମିଶନର କହିଛନ୍ତି ଯେ, ଭ୍ୟାନ୍ ଟି ବେଲୁଚିସ୍ତାନରେ ଗହମ ଅମଳ କାମ ସାରି ଘରକୁ ଫେରୁଥିବା ଶ୍ରମିକ ମାନଙ୍କୁ ନେଇ ଯାଉଥିଲା।

16 People Killed As Van Plunges Into Ravine In Pakistan

ସୂତ୍ର ଅନୁଯାୟୀ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ଏବଂ ଆହତ ମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଅଛି। ପାକିସ୍ତାନରେ ସଡ଼କ ଦୁର୍ଘଟଣା ସାଧାରଣ କଥା। ଟ୍ରାଫିକ ଦୁର୍ଘଟଣା ପାଇଁ ପାକିସ୍ତାନ ବିଶ୍ୱର ସବୁଠାରୁ ଖରାପ ରେକର୍ଡ ମଧ୍ୟରୁ ଗୋଟିଏ। ଖରାପ ରାସ୍ତା, ଖରାପ ରକ୍ଷଣାବେକ୍ଷଣ ଯାନବାହନ ଏବଂ ଅସାବଧାନତାପୂର୍ଣ୍ଣ ଗାଡି ଚାଳନା ଏହାର ପ୍ରମୁଖ କାରଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+