ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୬ ମୃତ, ୪୫ ଆହତ
ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ଦୁଇଟି ପୃଥକ୍ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାକିସ୍ତାନ ପୋଲିସର ସୂଚନା ମୁତାବକ, ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଏବଂ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନା ପଠାଇଥିଲା ।

ପୋଲିସ ମୁତାବକ, ପ୍ରଥମ ଦୁର୍ଘଟଣା ଶନିବାର ସିନ୍ଧର ସହିଦ ବେନଜୀରାବାଦ ଜିଲ୍ଲାର କାଜି ଅହମ୍ମଦ ସହର ନିକଟରେ ଘଟିଥିଲା । ଏଠାରେ ଏକ ଭ୍ୟାନ୍ ଓ ଟ୍ରଲର ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ୧୦ ଜଣ ଆହତ ହୋଇଥିଲେ । ଭ୍ୟାନ୍ଟି ଜାମଶୋରୋ ଜିଲ୍ଲାର ସେହୱାନ୍ ସହରରେ ଥିବା ଏକ ଧାର୍ମିକ ସ୍ଥଳକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।












Click it and Unblock the Notifications