ଦକ୍ଷିଣ କୋରିଆରେ ମୃତ୍ୟୁର ତାଣ୍ତବ, ହାଲୋୱିନ ପାର୍ଟି ପାଳନ ବେଳେ ଦଳଚକଟାରେ ୧୫୧ଜଣଙ୍କ ମୃତ୍ୟୁ
ଦକ୍ଷିଣ କୋରିଆରେ ମୃତ୍ୟୁର ତାଣ୍ତବ, ହାଲୋୱିନ ପାର୍ଟି ପାଳନ ବେଳେ ଦଳଚକଟାରେ ୧୫୧ଜଣଙ୍କ ମୃତ୍ୟୁ
ସିଓଲ: ଦକ୍ଷିଣ କୋରିଆରରେ ହାଲୋୱିନ୍ ପର୍ବ ପାଳନ ବେଳେ ଅଘଟଣ । ଉତ୍ସବର ମାହାଲୋରେ ଭିଡ ଧିରେ ଧିରେ ବଢିବା କାରଣରୁ 29 ଅକ୍ଟୋବର 2022 ଶନିବାର ଦିନ, ହାଲୋୱିନ୍ ପର୍ବ ପାଳନ କରିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ହଠାତ୍ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ଧାଁ ଦୌଡ ଭିତରେ ଶ୍ୱାସରୁଦ୍ଧ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ 19 ଜଣ ବିଦେଶୀ ନାଗରିକଙ୍କ ସମେତ 151 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଆହତଙ୍କ ଚିକିତ୍ସା ଚାଲିଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଛି ଏଭଳି ଅଘଟଣ ।

ଗତ ଦୁଇ ବର୍ଷ ହେବ କରୋନା ପାଇଁ ହାଲୋୱିନ ପର୍ବ ବନ୍ଦ ରହଥିବା ବେଳେ, ଚଳିତ ବର୍ଷ ବେଶ୍ ଧୁମ୍ଧାମରେ ପାଳନ କରାଯାଉଥିଲା । ଏହି ପର୍ବରେ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବା ପାଇଁ ମିଳିଥିଲା । ଏକ ଗଳି ରାସ୍ତାର ଆଉଟ୍ଡୋର୍ରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ହଠାତ୍ କୌଣସି କାରଣରୁ ଭିଡ ମଧ୍ୟରେ ଲୋକଙ୍କ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ପରେ ଦଳାଚକଟା ଆରମ୍ଭ ହୋଇଥିଲା। ନିଶ୍ୱାସ-ପ୍ରଶ୍ୱାସ ଜନିତ ଅସୁବିଧା ହେତୁ ହଠାତ୍ କିଛି ଲୋକ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ସୂଚନା ଅନୁସାରେ ୫୦ରୁ ଅଧିକ ଜଣ ହୃଦ୍ଘାତର ଶିକାର ହୋଇଥିବା ବେଳେ 100ରୁ ଅଧିକ ଆହତ ହୋଇଥିଲେ । ସେପଟେ ପୋଲିସ ଓ ଫାୟାର ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମୃତାହତଙ୍କ ମଧ୍ୟରେ ଅଧିକାଂଶଙ୍କ ବ୍ୟକ୍ତିଙ୍କର ବୟସ 20ରୁ 30 ବର୍ଷ ମଧ୍ୟରେ ଥିବା ସୂଚାନା ରହିଛି । ହଠାତ୍ ରାତି 10.20ରେ ଧାଁ ଦୌଡ ଆରମ୍ଭ ହୋଇଯାଇଥିଲା । ଉଭୟ ପକ୍ଷରୁ ଲୋକଙ୍କ ମଧ୍ୟରେ ଦୌଡାଦୌଡି ଆରମ୍ଭ ହୋଇଯାଇଥିଲା । ମହିଳା ଏବଂ ଶିଶୁମାନେ ନିଜକୁ ଭିଡରେ ନିୟନ୍ତ୍ରଣ କରିପାରି ନଥିଲେ ।
ହାଲୋୱିନ୍ ପାର୍ଟିରେ ଅଘଟଣ
151 ଜଣଙ୍କର ମୃତ୍ୟୁ ହୋଇଛି
76 ଜଣ ଆହତ ହୋଇଛନ୍ତି
19 ଜଣ ଗୁରୁତର ଅବସ୍ଥାରେ ।
270 ଜଣ ନିଖୋଜ ହେବା ନେଇ ଅଭିଯୋଗ ହୋଇଛି ।
ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ 20-30 ବର୍ଷ ବୟସରେ ଅଛନ୍ତି । ସିଓଲର ଇଟାୱନ୍ ନାଇଟ୍ ଲାଇଫ୍ ଅଞ୍ଚଳରେ ଥିବା ହାମିଲଟନ
ନିକଟରେ ଏକ ସଂକୀର୍ଣ୍ଣ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।












Click it and Unblock the Notifications