ପୁଣି ଇସ୍ରାଏଲର ଗାଜାରେ ଏୟାରଷ୍ଟ୍ରାଇକ, ୧୫ ପାଲେଷ୍ଟାଇନ ମୃତ
ଗତ ନଅ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ ଦୃଢ଼ ପ୍ରତିଜ୍ଞା କରିଛି। ତେବେ ଏହି ପ୍ରତିଜ୍ଞା ଗାଜା ଅଞ୍ଚଳର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଗାଜାରେ ଇସ୍ରାଏଲର ସେନାର କାର୍ଯ୍ୟ ଜାରି ରହିଛି। ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍ କରିଛି ।
ଗାଜାରେ ଲୁଚିଥିବା ହମାସ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ସକାଳେ ଏହି ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ଫଳରେ ୧୫ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଏହି ଆକ୍ରମଣରେ ୧୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ତେବେ ଆହତଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ। ଆହତଙ୍କ ଚିକିତ୍ସା କରାଯାଉଥିବା ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ହମାସ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଅକ୍ଟୋବର ୮ ତାରିଖରେ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନ ଏବଂ ଇସ୍ରାଏଲ ସେନା ପରସ୍ପର ଉପରେ ଆକ୍ରମଣ କରିବା ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଲେବାନନର ନବାତାଇହ ପ୍ରଦେଶର ୱାଦି ଅଲ୍ କାଫୁରରେ ଏହି ଆକ୍ରମଣ ହୋଇଥିଲା ।
ଗାଜା ଉପତ୍ୟକାରେ ଅସ୍ତ୍ରବିରତି ନ ହେବା ପର୍ଯ୍ୟନ୍ତ ହିଜବୁଲ୍ଲା ଆକ୍ରମଣ ବନ୍ଦ କରିବ ନାହିଁ ବୋଲି କହିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ଦୁଇ ସନ୍ତାନ ଅଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।












Click it and Unblock the Notifications