Get Updates
Get notified of breaking news, exclusive insights, and must-see stories!

୧୪୫ ଜଣ ଆତଙ୍କବାଦୀ ନିପାତ, ନିଜ ଦୋଷ ଲୁଚାଇବାକୁ ଭାରତକୁ ଏମିତି କହିଲା ପାକିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ବେଲୁଚିସ୍ତାନରେ ଭୟଙ୍କର ଆକ୍ରମଣ କରିଛି। ବନ୍ଧୁକ ଏବଂ ବୋମା ଆକ୍ରମଣରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଘଣ୍ଟା ଧରି ଚାଲିଥିବା ଯୁଦ୍ଧରେ ୧୪୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ବୋଲି ସେଠାର ମୁଖ୍ଯମନ୍ତ୍ରୀ ଘୋଷଣା କରିଛନ୍ତି।

ଇରାନ ଏବଂ ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରୁ ଆସି କିଛି ଆତଙ୍କୀ ସିଧା ସିଧା ପାକିସ୍ତାନର ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଡାକ୍ତରଖାନା,ସ୍କୁଲ,ବ୍ଯାଙ୍କ ଭଳି ସାର୍ବଜନୀନ ସ୍ଥାନକୁ କିଛି ଆତଙ୍କୀ ସାଧାରଣ ଲୋକଙ୍କ ବେଶରେ ଆସିଥିଲେ ଓ ଆକ୍ରମଣ ଆରମ୍ଭ କରିଥିଲେ।

terrorists

ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ବାଲୁଚ୍ ଲିବରେସନ୍ ଆର୍ମି ଆକ୍ରମଣ ପାଇଁ ଦାୟୀ ବୋଲି ପାକିସ୍ତାନ ଦାବି କରି କହିଛି। କ୍ବେଟା ଅଞ୍ଚଳରେ ଏକ ପୋଲିସ ଷ୍ଟେସନ ଉପରେ ଭୟଙ୍କର ଆକ୍ରମଣ ହୋଇଥଇଲା। ପୋଲିସ ଷ୍ଟେସନ ଉପରେ ଲଗାତାର ଗୁଳି ବର୍ଷା କରାଯାଇଥିଲା। ଫଳରେ ସେଠାରେ ଥିବା ଅନେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଥିବା କୁହାଯାଉଛି।

ବାଲୁଚ ବିଚ୍ଛିନ୍ନତାବାଦୀଙ୍କ କହିବା ଅନୁଯାୟୀ ସେମାନେ 84 ଜଣ ପାକିସ୍ତାନ ଆର୍ମିଙ୍କୁ ମାରି ଦେଇଛନ୍ତି ଏପରିକି 18ଜଣ ପାକିସ୍ତାନୀ ଯବାନଙ୍କୁ ବନ୍ଦୀ କରି ନେଇଥିବା ସେମାନେ ଯୁକ୍ତି କରିଛନ୍ତି। ମାତ୍ର ଏହାସତ୍ତ୍ବେ ବି ଏନେଇ ପାକିସ୍ତାନ ଆର୍ମିଙ୍କ ତରଫରୁ ଅଫିସିଆଲ ଭାବରେ କୌଣସି ସୂଚନା ଦିଆଯାଇନାହିଁ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଦୁଇଟି ଆକ୍ରମଣରେ ମହିଳା ଅପରାଧୀ ସାମିଲ ଥିଲେ ଏବଂ ଆତଙ୍କବାଦୀମାନେ ସାଧାରଣ ନାଗରିକ, ଶ୍ରମିକ ଏବଂ ନିମ୍ନ ଆୟକାରୀ ସମ୍ପ୍ରଦାୟକୁ କ୍ରମାଗତ ଭାବରେ ଟାର୍ଗେଟ କରୁଥିଲେ।

ସେନା କହିଛି ଯେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଦ୍ୱାରା ଯେକୌଣସି ସହର କିମ୍ବା ରଣନୈତିକ ପ୍ରତିଷ୍ଠାନର ନିୟନ୍ତ୍ରଣ ଦଖଲ କରିବା ପ୍ରୟାସକୁ ପ୍ରତିହତ କରିଛି। ମାତ୍ର କିଛି କ୍ଷତି ହୋଇଥିବା ନେଇ ପାକିସ୍ତାନୀ ଆର୍ମୀ ତରଫରୁ ଅଫିସିଆଲ ସୂଚନା ପ୍ରଦାନ କରାଯାଇନାହିଁ।

ପାକିସ୍ତାନର ସେନା ଆକ୍ରମଣ ସହିତ ଭାରତକୁ ଜଡିତ କରିଥିଲା। କିନ୍ତୁ, ଭାରତ ଗତକାଲି ଏହି ଦାବିକୁ ଅସ୍ୱୀକାର କରି ଇସଲାମାବାଦକୁ ନିଜର ଆଭ୍ୟନ୍ତରୀଣ ସମସ୍ୟାରେ ଭାରତକୁ ଅଯଥାରେ ଯୋଡୁଥିବା ସଫା ସଫା କହିଥିଲା।

ଆମେ ପାକିସ୍ତାନ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ," ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ବିବୃତ୍ତିରେ କହିଛନ୍ତି।

ଏହାସହ ସେ କହିଥିଲେ କି "ପାକିସ୍ତାନ ଦ୍ୱାରା କରାଯାଇଥିବା ଭିତ୍ତିହୀନ ଅଭିଯୋଗକୁ ଆମେ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରୁଛୁ," ଇସଲାମାବାଦ ଏହା ବଦଳରେ "ଏହି ଅଞ୍ଚଳର ଲୋକଙ୍କ ଦୀର୍ଘକାଳୀନ ଦାବି"କୁ ସମାଧାନ କରିବା ଉଚିତ।

ପାକିସ୍ତାନ ଉପରେ ବାଲୁଚ ଲିବରେସନ ଆର୍ମି ଦ୍ବାରା ହୋଇଥିବା ଏହି ଆକ୍ରମଣକୁ ଦୃଢ ଭାବେ ନିନ୍ଦା କରିଛି।ଆମେରିକାର ଡି'ଆଫେୟର୍ସ ନାଟାଲି ବେକର ଏହାକୁ ଆତଙ୍କବାଦୀ ହିଂସା କାର୍ଯ୍ୟ ବୋଲି କହିଛନ୍ତି ଏବଂ ୱାଶିଂଟନ ପାକିସ୍ତାନ ସହିତ ସବୁବେଳେ ରହିଛି ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+