ଜେଲ୍‌ରେ ଇମ୍ରାନ୍ ଖାନ୍‌ଙ୍କୁ ମିଳୁ ତୁରନ୍ତ ଚିକିତ୍ସା, ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଲେ କପିଲ ଦେବ-ଗାଭାସ୍କର

ଜେଲରେ ବନ୍ଦୀ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଛି। ତାଙ୍କର ଚିକତ୍ସା ହେବା ଦରକାର ବୋଲି ଦାବି ଜୋର ଧରିଛି । ଇମ୍ରାନଙ୍କ ଚିକିତ୍ସା ଦାବି କରି ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି ୧୪ ଜଣ ପୂର୍ବତନ ଅଧିନାୟକ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଜେଲରେ ଥିବା ଇମ୍ରାନ ଖାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେମାନେ ଚିଠି ମାଧ୍ୟମରେ ଦାବି କରିଛନ୍ତି।

ଇମ୍ରାନ ୮୦୦ ଦିନରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଛି । ଜେଲରେ ତାଙ୍କର ଚିକିତ୍ସାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ବିରୁଦ୍ଧରେ ସ୍ୱର ଉଠାଇଥିଲେ ।

imran

ରିପୋର୍ଟ ଅନୁସାରେ, ପାକିସ୍ତାନ ସରକାରଙ୍କୁ ଦିଆଯାଇଥିବା ଏହି ଚିଠିରେ ବେଲିଣ୍ଡା କ୍ଲାର୍କ, ଗ୍ରେଗ୍ ଚାପେଲ, ମାଇକେଲ୍ ଆଥରଟନ୍, ସୁନୀଲ ଗାଭାସ୍କର, କପିଲ ଦେବ, ନାସିର ହୁସେନ, ଇଆନ୍ ଚାପେଲ, ମାଇକେଲ୍ ବ୍ରେଆର୍ଲି, ଆଲାନ୍ ବର୍ଡର, ଡେଭିଡ୍ ଗାୱର୍, କିମ୍ ହ୍ୟୁଜ୍, କ୍ଲାଇଭ୍ ଲଏଡ୍, ଷ୍ଟିଭ୍ ୱ ଏବଂ ଜନ୍ ରାଇଟ୍ ସ୍ୱାକ୍ଷର କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଏହି ଚିଠିରେ ଦସ୍ତଖତ କରିଥିବା ପୂର୍ବତନ କ୍ୟାପଟେନ୍‌ଙ୍କ ଭିତରେ ପାକିସ୍ତାନର କେହି ବି ନାହାନ୍ତି। ତେବେ ଗତ ସପ୍ତାହ ଓ୍ବାସିମ୍ ଆକ୍ରାମ,ଓ୍ବାକର ୟୁନୁସ୍ ଏବଂ ଶହିଦ ଆଫ୍ରିଦିଙ୍କ ସହ ବହୁ ପାକିସ୍ତାନୀ ପୂର୍ବତନ କ୍ରିକେଟର ଇମ୍ରାନଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦେବାକୁ ସୋସିଆଲ ମିଡିଆରେ ଅନୁରୋଧ କରିଥିଲେ।

କ୍ୟାପଟେନଙ୍କ ଏହି ଗ୍ରୁପ୍ ଇମ୍ରାନ୍ ଖାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ, ସେ କିପରି ୧୯୯୨ କ୍ରିକେଟ ବିଶ୍ୱକପରେ ପାକିସ୍ତାନକୁ ଏକ ଐତିହାସିକ ବିଜୟ ପାଇଁ ନେତୃତ୍ୱ ନେଇଥିଲେ ତାହା ମନେ ପକାଇଥିଲେ। ସେମାନେ ଏହି ବିଜୟକୁ ନେତୃତ୍ୱ, ସାହସ ଏବଂ କ୍ରୀଡାପ୍ରେମ ଉପରେ ନିର୍ମିତ ଏକ ବିଜୟ ବୋଲି କହିଥିଲେ, ଯାହାକି ସୀମା ପାର ପିଢ଼ିକୁ ପ୍ରେରଣା ଦେଇଥିଲା।

ଆମ ମଧ୍ୟରୁ ଅନେକ ତାଙ୍କ ବିପକ୍ଷରେ ଖେଳିଛୁ, ତାଙ୍କ ସହିତ ଫିଲ୍ଡ ସେୟାର କରିଛୁ, କିମ୍ବା ତାଙ୍କର ଅଲରାଉଣ୍ଡର କ୍ଷମତା, କରିସ୍ମା ଏବଂ ଲଢ଼ୁଆ ମନୋଭାବକୁ ଆଦର୍ଶ କରି ବଢ଼ିଛୁ। ସେ ଖେଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ।'

ଏହି ଚିଠିଲେ ପାକିସ୍ତାନରେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଇମ୍ରାନଙ୍କ ସମୟକୁ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଜୋର ଦେଇଥିଲେ ଯେ, ରାଜନୈତିକ ମତଭେଦ ସତ୍ତ୍ୱେ, ସେ ମାନବୀୟ ବ୍ୟବହାର ପାଇବାକୁ ଯୋଗ୍ୟ। ଏହି ଲିଜେଣ୍ଡ କ୍ରିକେଟରମାନେ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଇମ୍ରାନଙ୍କ ଦକ୍ଷ ବିଶେଷଜ୍ଞଙ୍କଠାରୁ ତୁରନ୍ତ ଚିକିତ୍ସା ଦିଆଯାଉ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+