ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୧୨ ପୋଲିସ କର୍ମୀଙ୍କ ମୃତ୍ୟୁ
ପାକିସ୍ତାନ:ଉତ୍ତରପଶ୍ଚିମ ପାକିସ୍ତାନରେ ଆତଙ୍କୀ ନିରୋଧ ଅଫିସରେ ଭୟଙ୍କର ବିସ୍ଫୋରଣ । ଦୁଇଟି ବଡ଼ ବିସ୍ଫୋରଣରେ ୧୨ ପୋଲିସଙ୍କ ସହ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ପଛର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ସେହିପରି ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସ୍ୱତ ଜିଲ୍ଲାର କବାଲ ସହରର ପୋଲିସ ଷ୍ଟେସନରେ ଏହି ଆକ୍ରମଣ ହୋଇଛି ।
ପାକିସ୍ତାନର ଜିଓ ନ୍ୟୁଜ୍ ରିପୋର୍ଟ ଅନୁସାରେ, ସ୍ୱତ ଜିଲ୍ଲାର କବାଲ ସହରରେ କାଉଣ୍ଟର ଟେରରିଷ୍ଟ ଡିପାର୍ଟମେଣ୍ଟ ପୋଲିସ ଷ୍ଟେସନରେ ଆତ୍ମଘାତୀ ଆକ୍ରମଣରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ହେଲେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଆହତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଉଛି ।

ଆତଙ୍କବାଦୀମାନେ ପୋଲିସ ଷ୍ଟେସନକୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି । ଏହି ଘାତକ ଆକ୍ରମଣ ଫିଦାୟିନ୍ ଜିହାଦି ନିଜକୁ ମଧ୍ୟ ବିସ୍ଫୋରଣରେ ଉଡାଇଦେଇଛି । ଭୟଙ୍କର ବିସ୍ଫୋରଣ ପରେ ତୁରନ୍ତ ନିଆଁ ଲାଗିଯାଇଥିଲା । ପୋଲିସ ଅଧିକାରୀ ଏହାକୁ ଆତ୍ମଘାତି ଆକ୍ରମଣ ବୋଲି କହିଛନ୍ତି। ସୂଚନା ଏହା ମଧ୍ୟ ରହିଛି ଯେ,ପୋଲିସ ଷ୍ଟେସନ ଭିତରେ ଅତି କମରେ ଦୁଇଟି ବିସ୍ଫୋରଣ ହୋଇଥିଲା । ଅନ୍ୟପକ୍ଷରେ ପାକିସ୍ତାନର ଗୃହମନ୍ତ୍ରୀ ଏହି ଆକ୍ରମଣକୁ ଦୃଢ ନିନ୍ଦା କରିଛନ୍ତି ଏବଂ ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକଙ୍କ ଲାଗି ଶୋକ ପ୍ରକାଶ କରିଛନ୍ତି ।












Click it and Unblock the Notifications