ୟୁକ୍ରେନ୍ ଉପରେ ରୁଷର ମିସାଇଲ୍ ମାଡ଼, ୧୨ଜଣଙ୍କର ମୃତ୍ୟୁ

ୟୁକ୍ରେନ୍ ଉପରେ ରୁଷର ମିସାଇଲ୍ ମାଡ଼,୧୨ଜଣଙ୍କର ମୃତ୍ୟୁ

କିଭ୍: ରୁଷ-ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାମ ନେଉନାହିଁ । ପୁଣି ୟୁକ୍ରେନ୍ ଉପରେ ରୁଷର ମିସାଇଲ୍ ମାଡ଼ । ଶନିବାର ଦିନ ରୁଷ ପକ୍ଷରୁ ୟୁକ୍ରେନର କିଭ୍ ଏବଂ ଖାରକିଭ୍ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ମିସାଇଲ୍ ମାଡ଼ କରାଯାଇଛି । ଏଥିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ବଡ ବଡ କୋଠାକୁ ଟାର୍ଗେଟ୍ କରାଯାଇ ଆକ୍ରମଣ କରାଯାଇଛି । ଶକ୍ତି ପ୍ରକଳ୍ପ ମଧ୍ୟ ନଷ୍ଟ ହୋଇଯାଇଛି ।

Ukraine

ସୂଚନା ଅନୁସାରେ, ନିପ୍ରୋ ସହରରେ ହୋଇଥିବା ମିସାଇଲ୍ ମାଡରେ ଅଧିକ କ୍ଷୟକ୍ଷତି ହୋଇଛି । ରୁଷର ଏକାଧିକ ମିସାଇଲ ମାଡ଼ରେ ଗୋଟିଏ ୯ ମହଲା କୋଠା ନଷ୍ଟ ହୋଇଯାଇଛି । ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ସୂଚନା ରହିଛି । ଆହତଙ୍କୁ ସୁରକ୍ଷାକର୍ମୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏବେ ମଧ୍ୟ ଅନେକ ଲୋକ ଫଶି ରହିଥିବାର ଆଶଙ୍କା କରାଯାଉଛି । ମିସାଇଲ୍ ମାଡ଼ ପାଇଁ ବିଲଡିଂରେ ଭୟଙ୍କର ନିଆଁ ଲାଗି ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ନିପ୍ରୋ ବ୍ୟତିତି କିଭ୍ ଓ ଅନ୍ୟ ସହର ଗୁଡିକରେ ମଧ୍ୟ ରୁଷ ମିଶାଇଲ ମାଡ କରିଛି ଯେଉଁଥିରେ ବିଜୁଳି ଏବଂ ପାଣି ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ସପଟେ ୟୁକ୍ରେନର ରାଷ୍ଟ୍ରପତି ରୁଷର ଏପରି ଆକ୍ରମଣକୁ ନିନ୍ଦା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+