ମଝିରୁ ଭୁଶୁଡିଲା ନିର୍ମାଣଧୀନ ପୋଲ, ୧୨ ମୃତ ୪ ନିଖୋଜ
ଚୀନ୍ରେ ଏକ ନିର୍ମାଣାଧୀନ ପୋଲ ମଝିରୁ ଭାଙ୍ଗି ପଡ଼ିଛି। ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପୋଲ ଚୀନ୍ର ଏକ ପ୍ରମୁଖ ନଦୀ ଉପରେ ନିର୍ମାଣ କରାଯାଉଛି। ନିର୍ମାଣାଧୀନ ରେଳ ପୋଲର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଅନ୍ୟ ଚାରି ଜଣ ଶ୍ରମିକ ନିଖୋଜ ଅଛନ୍ତି।
ସୂଚନାନୁଯାୟୀ, ଏହି ସେତୁ ଏକ ରେଳ ପ୍ରକଳ୍ପର ଏକ ଅଂଶ ଯାହା ପଶ୍ଚିମ ଚୀନର ଦୁର୍ଗମ ଅଞ୍ଚଳକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରିବା ପାଇଁ ଡିଜାଇନ୍ କରାଯାଉଥିଲା । ଯେଉଁ ସେତୁଟି ୧.୬ କିଲୋମିଟର ଲମ୍ବା ଏବଂ ନଦୀ ପୃଷ୍ଠରୁ ପ୍ରାୟ ୫୫ ମିଟର (୧୮୦ ଫୁଟ) ଉଚ୍ଚ । ଏହି ସେତୁ ନିର୍ମାଣ ପାଇଁ ୧୬ ଜଣ ଶ୍ରମିକ କାମ କରୁଥିଲେ ।

ଏହି ସମୟରେ ଏକ ଷ୍ଟିଲ୍ କେବୁଲ୍ ଭାଙ୍ଗି ଯାଇଥିଲା । ଫଳରେ ସେଠାରେ କାମ କରୁଥିବା ସମସ୍ତ ଶ୍ରମିକ ୟେଲୋ ନଦୀରେ ପଡ଼ି ଯାଇଥିଲେ ଏବଂ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଡଙ୍ଗା, ହେଲିକପ୍ଟର ଏବଂ ପାଣି ତଳେ ରୋବୋଟ୍ ସାହାଯ୍ୟରେ ନିଖୋଜ ଶ୍ରମିକମାନଙ୍କୁ ଖୋଜା ଚାଲିଛି । ଏପର୍ଯ୍ୟନ୍ତ ୧୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୪ ଜଣ ନିଖୋଜ ଶ୍ରମିକଙ୍କ ସନ୍ଧାନ ଜାରି ରହିଛି ।












Click it and Unblock the Notifications