ରେଷ୍ଟୁରାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍: ୧୨ ମୃତ
ଜର୍ଜିଆରେ ଏକ ଭାରତୀୟ ରେଷ୍ଟୁରାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୧୧ ଜଣ ଭାରତୀୟଙ୍କ ସମେତ ୧୨ ଜଣଙ୍କୁ ମୃତ୍ୟୁ ଘଟିଛି । ଉକ୍ତ ହୋଟେଲରୁ ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହୋଇଛି । ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଲୋକ ହେଲେ ରେଷ୍ଟୁରାଣ୍ଟ କର୍ମଚାରୀ । ମୃତ୍ୟୁ ନେଇ ତବଲିସି ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି । ସମସ୍ତ ମୃତ ଦେବ ଭାରତ ପଠାଇବାକୁ ଉଦ୍ୟମ କରୁଛି ଦୂତାବାସ ।

ଜର୍ଜିଆରେ ଭାରତୀୟ ନାଗରିକଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ଭାରତୀୟ ଦୂତାବାସ ଦୁଃଖ ପ୍ରକାଶ କରିଛି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଦୂତାବାସ କହିଛି ଯେ ମୃତଦେହର ଶୀଘ୍ର ଭାରତ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସମସ୍ତ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ ।
Embassy of India in Georgia issues a statement on the death of 11 Indian Nationals in Gudauri, Georgia. pic.twitter.com/iuUZuPADEu
— ANI (@ANI) December 16, 2024
ସୂଚନାନୁସାରେ, ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରେ ଥିବା ଅବଶିଷ୍ଟ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ମୃତଦେହ ମିଳିଥିଲା। ସମସ୍ତେ ସେଠାରେ କାମ କରୁଥିଲେ। ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସୂଚନା ରହିଛି ।












Click it and Unblock the Notifications