Get Updates
Get notified of breaking news, exclusive insights, and must-see stories!

ମିନିବସ୍-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା; ଚାଲିଗଲା ୧୧ ଜୀବନ

ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସ୍ଥାନୀୟ ସରକାରୀ ଅଧିକାରୀ ଏବଂ ଜରୁରୀକାଳୀନ ସେବା ସଂସ୍ଥା ଏନେଇ ସୂଚନା ଦେଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରକାଶଥାଉକି, ଗୋଟିଏ ସପ୍ତାହ ପୂର୍ବରୁ ସମାନ ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ହୋଇଥିଲା।

road accident

ପ୍ରାଦେଶିକ ପରିବହନ ବିଭାଗର ଜଣେ ଅଧିକାରୀ ସିବୋନିସୋ ଡୁମା ଏକ ବିବୃତ୍ତିରେ କହିଛନ୍ତି ଯେ ଘଟଣାସ୍ଥଳରେ ସମସ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ପିଲା ମଧ୍ୟ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଟ୍ରକ୍ ଡ୍ରାଇଭର ୟୁ-ଟର୍ଣ୍ଣ ନେଇଥିଲେ, ଯାହା ଫଳରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘରୋଇ ପାରାମେଡିକ୍ ସେବା ALS ପାରାମେଡିକ୍ସର ମୁଖପାତ୍ର ଗାରିଥ ଜାମିସନ୍ କହିଛନ୍ତି ଯେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+