ଆମେରିକା କାଲିଫର୍ଣ୍ଣିଆରେ ଗୁଳିକାଣ୍ତ, ୧୦ ମୃତ
ଆମେରିକା କାଲିଫର୍ଣ୍ଣିଆରେ ଗୁଳିକାଣ୍ତ । ମେଣ୍ଟେରିଆ ପାର୍କରେ ଚୀନର ନୂଆବର୍ଷ ସମାରୋହ ଚାଲୁଥିବା ବେଳେ ହଟାତ୍ ଗୁଳିକାଣ୍ତ ହୋଇଥିବା ନେଇ ସୂଚନା ରହିଛି । ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି ।

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଗୁଳିକାଣ୍ତ । ମେଣ୍ଟେରିଆ ପାର୍କରେ ଚୀନର ନୂଆବର୍ଷ ସମାରୋହ ଚାଲୁଥିବା ବେଳେ ହଠାତ୍ ଗୁଳିକାଣ୍ତ ହୋଇଥିବା ନେଇ ସୂଚନା ରହିଛି । ଯେଉଁଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ଆମେରିକାରେ କାଲିଫର୍ଣ୍ଣିଆ ସ୍ଥିତ ମେଣ୍ଟାରିଆ ପାର୍କରେ ଶନିବାର ଦିନ ଚୀନ ନବବର୍ଷ ପାଇଁ ହଜାର ହଜାର ସଂଖ୍ୟାର ଲୋକ ଏକାଠି ହୋଇଥିଲେ । ହଠାତ୍ ଜଣେ ବ୍ୟକ୍ତି ସେଠାରେ ଉପସ୍ଥିତ ଲୋକଙ୍କ ଉପରକୁ ହଠାତ୍ ଗୁଳିମାଡ଼ କରିଥିଲେ । ଯେଉଁଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କାର୍ଯ୍ୟ ଆରମ୍ଭ କରିବା ସହ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ଏହି ଗୋଳିକାଣ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନାଥାଉ ଯେ, ରାତି ପ୍ରାୟ ୧୦ଟା ପରେ ଗୁଳିବିନିମୟ ହୋଇଥିଲା । ମେଣ୍ଟରି ପାର୍କ ଲସ୍ ଆଞ୍ଜେଲସ ଠାରୁ ମାତ୍ର ୧୧ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନ ଘଟଣାସ୍ଥଳରୁ ପୋଲିସ ସିଲ୍ କରିବା ସହ ଯାଞ୍ଚ୍ ଜାରି ରଖିଛି । ତେବେ ଏହା ପୂର୍ବରୁ ମଧ୍ୟ ଆମେରିକାରେ ଏପରି ଘଟଣା ଅନେକ ଥର ଦେଖିବା ପାଇଁ ମିଳିଛି ।












Click it and Unblock the Notifications