ବ୍ରିଟେନ୍ ଟ୍ରେନରେ ଆଖିବୁଜା ଛୁରାମାଡ଼ ; ୧୦ ଜଣ ଆହତ

ଲଣ୍ଡନ ଟ୍ରେନରେ ଆଖିବୁଜା ଛୁରାମାଡ଼। ଏହି ଘଟଣାରେ ବ୍ରିଟେନ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଲଣ୍ଡନର କେମ୍ବ୍ରିଜଯାୟାରର ହଣ୍ଟିଂଙ୍ଗଡନରେ ଏହି ଘଟଣା ଘଟିବା ପରେ ଲୋକଙ୍କୁ ଉଦ୍ଧାର କରିବା ଲାଗି ପୋଲିସ, ସଶସ୍ତ୍ର ବାହିନୀ ଓ ଆମ୍ବୁଲାନ୍ସ କର୍ମୀ ଯାଇଥିଲେ।

uk train

ଏହି ଘଟଣା ପରେ ଟ୍ରେନକୁ ସେଠାରେ ଅଟକାଇଦିଆଯାଇଥିଲା ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୦ ଜଣ ଆହତଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି। ଏହି ଘଟଣାରେ ଆତଙ୍କବାଦ ବିରୋଧୀ ୟୁନିଟକୁ ଆଲର୍ଟ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଟ୍ରେନଟି ଉତ୍ତରପୂର୍ବ ଲଣ୍ଡନର ଡୋନକାଷ୍ଟରରୁ ଲଣ୍ଡନର କିଙ୍ଗସ୍ କ୍ରସ ଷ୍ଟେସନକୁ ଯିବାବେଳେ ଏହି ଘଟଣା ଘଟିଥିଲା। ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+