ଗ୍ୟାସ୍ ଟ୍ୟାଙ୍କର ଫାଟି ୧୦ ମୃତ
ଗ୍ୟାସ୍ ଟ୍ୟାଙ୍କର୍ ଫାଟି ୧୦ ମୃତ
ନୂଆଦିଲ୍ଲୀ : ଗ୍ୟାସ୍ ଟ୍ୟାଙ୍କର ପାଟି ୧୦ ମୃତ । ଏଲପିଜି ଗ୍ୟାସ୍ ନେଇ ଯାଉଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ପୋରଣ । ସୂଚନା ଅନୁସାରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଞ୍ଚଳର ପୂର୍ବପ୍ରାନ୍ତ ସ୍ଥିତ କୋକ୍ସବର୍ଗ ସହରରେ ।

ରିପୋର୍ଟ ଅନୁସାରେ, ଗତକାଲି ଅର୍ଥାତ୍ ଶନିବାର ଦିନ ଲିକ୍ୟୁଇଡ୍ ପେଟ୍ରୋଲିୟମ୍ ଗ୍ୟାସ ତଥା ଏଲପିଜି ନେଇ ଯାଉଥିବା ବେଳେ ଏକ ପୋଲ ତଳେ ଟ୍ୟାଙ୍କଟି ହଠାତ୍ ଲାଖି ଯାଇଥିଲା । ଯାହା ପରେ ଏଥିରେ ବିଲସ୍ଫୋରଣ ଘଟିଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା କିଛି ଘର ଏବଂ ଏକ ଡାକ୍ତରଖାନାର କିଛି ଅଂଶ ମଧ୍ୟ ଭାଙ୍ଗି ଯାଇଛି । ଏପରିକି ଅନେକ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଥିବା ନେଇ ସୂଚନା ରହିଛି ।
#BREAKING: Several people killed, others seriously injured in LP gas tank explosion in Boksburg, South Africapic.twitter.com/yI5n60BIDV
— I.E.N. (@BreakingIEN) December 24, 2022
ତେବେ ପୋଲ ତଳେ ଘଷିବା ହେବା କାରଣରୁ ପ୍ରଥମେ ଟ୍ୟାଙ୍କରରେ ନିଆଁ ଲାଗିଥିଲା ଏବଂ ପରେ ବିସ୍ଫୋରଣ ହୋଇଥିଲା । ଖବର ପାଇଁ ଖଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରିି ବଢିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।












Click it and Unblock the Notifications