ଆମେରିକାରେ ଭୟଙ୍କର ବନ୍ୟା, ୧୦ ମୃତ
ଆମେରିକାର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ଲୋକଙ୍କ ସମସ୍ୟା ବଢାଇଛି । ବଦଳୁଥିବା ପାଣିପାଗ କାରଣରୁ ଅତିକମରେ ୧୦ ଜଣଙ୍କର ଜୀବନ ଚାଲିଯାଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିଯାଇଛି । ରାସ୍ତାଘାଟରେ ପାଣି ଭରିଯାଇଛି । ପାଣି ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ଉପୁଜିଥିବାରୁ ଫସିଥିବା ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କାମ ଜାରି ରହିଛି । ଅନେକ ଲୋକ ପାଣିରେ କାରରେ ଫସିଥିବା କାରଣରୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମା' ଏବଂ ୭ ବର୍ଷୀୟ ପିଲା ରହିଛି । ତେଣୁ ସ୍ଥାନୀୟ ଲୋକଙ୍କୁ ନ ବାହାରିବା ଏବଂ ସୁରକ୍ଷିତ ରହିବାକୁ ଅପିଲ୍ କରାଯାଇଛି । ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ଗଭର୍ଣ୍ଣର କହିଛନ୍ତି ।

ବର୍ଷା ପବନ ଯୋଗୁଁ ବିଦ୍ୟୁତ ଲାଇନ ପ୍ରଭାବିତ ହୋଇଛି । ଉତ୍ତର ସହରର କିଛି ଘର ନଷ୍ଟ ହୋଇଛି । ସମସ୍ତଙ୍କୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି । ତେବେ ପ୍ରବଳ ବର୍ଷା ଯୋଗୁଁ ଟେନେସୀର ଓେବିୟନ କାଉଣ୍ଟିରେ ଏକ ଡ୍ୟାମ ଭାଙ୍ଗିବା ଯୋଗୁଁ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି ।












Click it and Unblock the Notifications