ମେକ୍ସିକୋରେ ବଡ଼ ବିମାନ ଦୁର୍ଘଟଣା,ଜରୁରୀକାଳୀନ ଅବତରଣ ବେଳେ ବିମାନ ଦୁର୍ଘଟଣା,10ମୃତ
ମେକ୍ସିକୋର ମଧ୍ୟ ଭାଗରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଛୋଟ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଅତି କମରେ 10ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ସାମ୍ନାକୁ ଆସିଛି। ଘଟଣା ଘଟିବା ପରେ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାଟି ସାନ ମାତେଓ ଅତେନକୋରେ ଘଟିଛି, ଯାହା ଟୋଲୁକା ବିମାନବନ୍ଦରରୁ ପ୍ରାୟ ପାଞ୍ଚ କିଲୋମିଟର ଏବଂ ମେକ୍ସିକୋ ସିଟିରୁ ପ୍ରାୟ ୫୦ କିଲୋମିଟର ପଶ୍ଚିମରେ ଥିବା ଏକ ଶିଳ୍ପାଞ୍ଚଳ। ବିମାନଟି ଅକାପୁଲକୋରୁ ଉଡ଼ାଣ କରୁଥିଲା ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ବିମାନଟି ନିକଟସ୍ଥ ଏକ ଫୁଟବଲ୍ ପଡ଼ିଆରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିଲା। ଅବତରଣ ସମୟରେ, ଏହା ନିକଟସ୍ଥ ଏକ ବାଣିଜ୍ୟିକ କୋଠାରେ ଲାଗିଥିବା ଲୁହା ଛାତ ସହିତ ଧକ୍କା ହୋଇଥିଲା। ଧକ୍କା ପରେ, ବିମାନରେ ନିଆଁ ଲାଗିଯିବା ସହ ଭିତରେ ବସିଥିବା10ଜଣଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ, ବିମାନରେ ମୋଟ ୮ଜଣ ଯାତ୍ରୀ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଥିଲେ। ତେବେ ଦୁର୍ଘଟଣାର କିଛି ଘଣ୍ଟା ପରେ ମାତ୍ର ସାତଟି ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଏବେ ଖୋଜିବା ଜାରି ରହିଛି।












Click it and Unblock the Notifications