ମୁହାଁମୁହିଁ ଧକ୍କା ହେଲା ସେନା ହେଲିକପ୍ଟର, ୧୦ ଯବାନ ସହିଦ

ନୂଆଦିଲ୍ଲୀ: ମଙ୍ଗଳବାର ମାଲେସିଆ ନୌସେନାର ୨ ହେଲିକପ୍ଟର ମଝି ଆକାଶରେ ମୁହାଁ ମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଭୟାବହ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ନୌସେନା ପକ୍ଷରୁ ସମରାଭ୍ୟାସ ଆରମ୍ଭ ହୋଇଥିଲା । ଏଥିରେ ଅନେକ ହେଲିକପ୍ଟର ଅଂଶଗ୍ରହଣ କରିଥିଲେ ।

୧୦ରୁ ଅଧିକ ହେଲିକପ୍ଟର ଆକାଶରେ ଉଡୁଥିବାବେଳେ ୨ଟି ହେଲିକପ୍ଟର ପରସ୍ପର ସହ ପିଟି ହୋଇଯାଇଥିଲେ । ଏହା ପରେ ହେଲିକପ୍ଟର ଦୁଇଟିରେ ନିଆଁ ଲାଗି ଯିବା ସହିତ ଉଭୟ ତଳକୁ ଖସିପଡ଼ିଥିଲେ । ଧକ୍କା ପରେ ଗୋଟିଏ ହେଲିକପ୍ଟର ନୌସେନା ଘାଟିର ଟ୍ରାକ୍‌ରେ ଖସିପଡ଼ିଥିବାବେଳେ ଅନ୍ୟଟି ଏକ ସୁଇମିଂ ପୁଲ୍‌ରେ ଖସିପଡ଼ିଥିଲା । ୨ଟି ଯାକ ହେଲିକପ୍ଟରରେ ମୋଟ ୧୦ ଜଣ ଯବାନ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଛି ।

Malaysian Navy helicopters collide

ମୃତଦେହଗୁଡ଼ିକୁ ଚିହ୍ନଟ କରିବା ଲାଗି ଲୁମୁଟ ସେନାଘାଟି ହସ୍ପିଟାଲକୁ ନିଆଯାଇଛି । ଦୁର୍ଘଟଣା ସମୟର ଭିଡିଓ ଏବଂ ଏହା ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଦକ୍ଷ ପାଇଲଟଙ୍କ ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି । ଦୁର୍ଘଟଣା ସମୟର ଭିଡିଓ ଏବଂ ଏହାର ପରବର୍ତ୍ତୀ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+