ଗୋଟିଏ ମାସରେ ଲେବୋନାନରେ ଗଲାଣି ୧ ହଜାର ୬୪୫ ଜୀବନ
ଗତ ବର୍ଷ ଅକ୍ଟୋବର ୮ ତାରିଖରେ ହିଜବୁଲ୍ଲା - ଇସ୍ରାଏଲ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଲେବାନନ୍ ଉପରେ ଇସ୍ରାଏଲର ଆକାଶମାର୍ଗରୁ ଆକ୍ରମଣରେ ୨ ହଜାର ୨୫୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଏ ପର୍ଯ୍ୟନ୍ତ ୧୦ ହଜାର ୫୨୪ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲେବନାନର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଫଳରେ ୧ ହଜାର ୬୪୫ ଜଣଙ୍କର ମୃତ୍ୟୁ ଘଟିଛି ।

ଇତି ମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସୂଚନା, ଲେବାନନରୁ ପ୍ରାୟ ୯୦ଟି ରକେଟ୍ ଏବଂ କ୍ଷେପଣାସ୍ତ୍ର ତାଙ୍କ ଦେଶ ଉପରକୁ ନିକ୍ଷେପ କରାଯାଇଛି ଏବଂ ସେଥୁମଧ୍ୟରୁ ୨ଟି ଡ୍ରୋନ୍କୁ ନିରସ୍ତ୍ର କରିଦିଆଯାଇଛି। ସୂଚନା ଅନୁଯାୟୀ, କେତେକ କ୍ଷେପଣାସ୍ତ୍ରକୁ ହାଇଫା ଏବଂ ଆକ୍ଟୋ ବନ୍ଦର ସହର ସମେତ ହାଇପୀ ଉପସାଗରକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ବେଳେ ଅନ୍ୟକେତେକ କ୍ଷେପଣାସ୍ତ୍ରକୁ ଗାଲିଲି ଅଞ୍ଚଳକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଇସ୍ରାଏଲ ସେନା ସୂଚନା ଦେଇଛି।












Click it and Unblock the Notifications