ଆମେରିକାରେ ପୁଣି ବିମାନ ଦୁର୍ଘଟଣା , ରନୱେରେ ଧକ୍କା ହେଲା ଦୁଇ ଜେଟ୍, ଜଣେ ମୃତ
ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ । ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ଦୁଇଟି ଜେଟ ବିମାନ ପରସ୍ପର ସହିତ ଧକ୍କା ହୋଇଛି । ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ବିମାନ ବନ୍ଦରର ରନୱେକୁ ବନ୍ଦ କରିଦିଆଯାଇଛି । ତେବେ ଗତ ୧୨ ଦିନ ଭିତରେ ଏହା ଆମେରିକାରେ ଚତୁର୍ଥ ବିମାନ ଦୁର୍ଘଟଣା ।
ସ୍କଟସଡେଲ ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏକ ମଧ୍ୟମ ଆକାରର ବିଜନେସ ଜେଟ ନିଜ ସ୍ଥାନରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ବିଜନେସ ଜେଟ ଧକ୍କା ଦେଇଥିଲା । ପାର୍କ ହୋଇଥିବା ଏକ ଜେଟକୁ ଗଲ୍ଫଷ୍ଟ୍ରିମ ୨୦୦ ଜେଟ ଧକ୍କା ଦେଇଥିଲା । ଜେଟର ପ୍ରାଇମେରୀ ଲାଣ୍ଡିଂ ଗିୟର ବନ୍ଦ ହୋଇଯାଇଥିଲା । ଫଳରେ ଦୁଇଟି ଜେଟ୍ ମଧ୍ୟରେ ଧକ୍କା ହୋଇଥିଲା ।

ସ୍କଟସଡେଲ ଅଗ୍ନିଶମ ବିଭାଗର କ୍ୟାପଟେନ ଡେଭ ଫୋଲିଓ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ଟ୍ରମା ସେଣ୍ଟରକୁ ନିଆଯାଇଛି ଏବଂ ଜଣଙ୍କର ଅବସ୍ଥା ସ୍ଥିର ରହିଛି। ଏହା ପୂର୍ବରୁ ଫେବୃଆରୀ ୩ରେ, ହ୍ୟୁଷ୍ଟନରୁ ନ୍ୟୁୟର୍କ ଅଭିମୁଖେ ଏକ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ବିମାନକୁ ଖାଲି କରାଯାଇଥିଲା । ୧ଫେବୃଆରୀରେ ଆମେରିକାର ଫିଲାଡେଲଫିଆର ଋସଭେଲ୍ଟ ମଲ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ହେଉଛି ଲିଅରଜେଟ୍ 55 ଏୟାରକ୍ରାଫ୍ଟ ।












Click it and Unblock the Notifications