ଲାହଲ- ସ୍ପିତିରେ ବନ୍ୟା ସ୍ଥିତି, ଫସି ରହିଛନ୍ତି 150ରୁ ଉର୍ଦ୍ଧ୍ବ ଲୋକ

Over 150 people stuck in Himachal Pradesh's Lahaul-Spiti due to flash flood :ଲାହଲ- ସ୍ପିତିରେ ବନ୍ୟା ସ୍ଥିତି, ଫସି ରହିଛନ୍ତି 150ରୁ ଉର୍ଦ୍ଧ୍ବ ଲୋକ

ଶିମଲା: ଦେଶର ବିଭିନ୍ନ ରାଜ୍ୟରେ ଚଳିତ ବର୍ଷ ବନ୍ୟାରେ ହୋଇଛି ଅନେକ ପ୍ରାଣହାନୀ। ଅନେକ ହୋଇଛନ୍ତି ବାସହରା। ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ଲାହଲ-ସ୍ପିତି ଜିଲ୍ଲାରେ ବନ୍ୟା ଯୋଗୁଁ 150ରୁ ଅଧିକ ଲୋକ ଫସି ରହିଛନ୍ତି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷ ରୁ ସୂଚନା ମିଳିଛି।

Himachal Pradesh

ତେବେ ବର୍ତ୍ତମାନ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର ଜାରି ରହିଛି। ଲାହଲ-ସ୍ପିତି ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟର ସମ୍ପୂର୍ଣ୍ଣ ଉଦ୍ଧାର ପ୍ରକ୍ରିୟାର ତଦାରଖ କରୁଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ସୀମା ସଡକ ସଂଗଠନର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଗଠିତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
DEOC ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲାହଲ୍ ସବ୍-ଡିଭିଜନର ସୁମଡୋ-କାଜା-ଗ୍ରାମ୍ଫୁ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହାପରେ ସେହି ଅଞ୍ଚଳରେ ପ୍ରାୟ 150 ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କ ସହ ଯୋଗଯୋଗ କରାଯାଇ ଉଦ୍ଧାର କାର୍ଯ୍ୟ ପାଇଁ ପୋଲିସ ଏବଂ BRO କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରାଯିବ ବୋଲି ଜଣା ପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+