For Quick Alerts
Turn On Notification  
For Daily Alerts
Oneindia App Download

ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା : ଅନଲାଇନରେ ଏହି ତାରିଖ ଠାରୁ କରିବେ ଆବେଦନ

ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ

|

ଭୁବନେଶ୍ୱର : ଏଣିକି ଘରୋଇ ସ୍କୁଲରେ ମାଗଣାରେ ପଢିବେ ଗରିବ ପିଲା । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନେ ଘରୋଇ ସ୍କୁଲରେ ନାମ ଲେଖାଇ ପାରିବେ । ରାଜ୍ୟର ସବୁ ଘରୋଇ ସ୍କୁଲରେ ଏବେ ସଂରକ୍ଷଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଏହି ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ଘରୋଇ ସ୍କୁଲରେ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ 25 % ସ୍ଥାନ ସଂରକ୍ଷଣ ରହିବ ।

ସମୀର ରଞ୍ଜନ ଦାସ

ଏନେଇ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛାତ୍ରଛାତ୍ରୀମାନେ ପଢିବା ପାଇଁ ଅନଲାଇନରେ ଆବେଦନ ବ୍ୟବସ୍ଥା କରାଯାଇଛି । ଅନଲାଇନ ବ୍ୟବସ୍ଥାରେ ଆଡମିଶନ ପାଇଁ ଇଣ୍ଡସ୍ ଆକ୍ସନ ସଂସ୍ଥା ସହିତ ରାଜ୍ୟ ସରକାର ଚୁକ୍ତି କରିଥିବା ନେଇ ସେ କହିଛନ୍ତି । ଆସନ୍ତା ୨୪ ତାରିଖରେ ଏହାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଯାହା ପରେ 25 ତାରିଖରେ ଛାତ୍ରଛାତ୍ରୀ ମାନେ ଅନଲାଇନ ଆବେଦନ କରିପାରିବେ । ଅପରପକ୍ଷେ 9965 ଜୁନିଅର ଶିକ୍ଷକଙ୍କୁ ଆଜି ନିୟମିତ କରିଛନ୍ତି ରାଜ୍ୟ ସରକାର । ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Private Schools Reserve 25 Percent Seats for Poor Students in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X