ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଚଳିତ ଶିକ୍ଷାବର୍ଷରେ ଖୋଲିବନି ସ୍କୁଲ୍
ସରକାର ଏହାପୂର୍ବରୁ ଫେବୃଆରୀ 22 କିମ୍ବା 23 ରେ COVID-19 ନିର୍ଦ୍ଦେଶାବଳୀ ସହିତ ସରସ୍ୱତୀ ପୂଜାର ଏକ ସପ୍ତାହ ପରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲି ଅନ୍ତିମ ପରୀକ୍ଷା ପୂର୍ବରୁ 60 ଦିନ ଶ୍ରେଣୀଗୃହ ଶିକ୍ଷାଦାନ କରିବାକୁ ଚିନ୍ତା କରୁଥିଲେ ।
ଭୁବନେଶ୍ୱର : ମହାରାଷ୍ଟ୍ର ଏବଂ କେରଳରେ ବଢୁବା COVID-19 ମାମଲା ମଧ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଶାରୀରିକ ଶ୍ରେଣୀଗୃହ ଶିକ୍ଷାଦାନକୁ ଆଗେଇ ନେବାକୁ ଓଡିଶା ସରକାର ରାଜି ନାହାନ୍ତି । ଚଳିତ ଶିକ୍ଷାବର୍ଷ ପାଇଁ ଏହି ଛାତ୍ରମାନଙ୍କ ପାଇଁ ଶ୍ରେଣୀଗୃହରେ ପାଠପଢା ହେବ ନାହିଁ ।
ଆମେ ଓ୍ୱେଟ୍ ଆଣ୍ଡ ଓ୍ୱାଚ୍ ନୀତି ଅନୁସରଣ କରୁଛୁ । ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବିପଦରେ ପକାଇ ପାରିବୁ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଥିବା ନେଇ ରିପୋର୍ଟ ହୋଇଛି ।
ସରକାର ଏହାପୂର୍ବରୁ ଫେବୃଆରୀ 22 କିମ୍ବା 23 ରେ COVID-19 ନିର୍ଦ୍ଦେଶାବଳୀ ସହିତ ସରସ୍ୱତୀ ପୂଜାର ଏକ ସପ୍ତାହ ପରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବାକୁ ଏବଂ ଅନ୍ତିମ ପରୀକ୍ଷା ପୂର୍ବରୁ ଅତି କମରେ 60 ଦିନ ଶ୍ରେଣୀଗୃହ ଶିକ୍ଷାଦାନ କରିବାକୁ ଚିନ୍ତା କରୁଥିଲେ ।
ସୂଚନାଯୋଗ୍ୟ, ଫେବୃଆରୀ 8 ରୁ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏବଂ ଜାନୁୟାରୀ 8 ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯାଇ ଶିକ୍ଷାଦାନ କରାଯାଉଛି ।