For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟର 100 ସ୍କୁଲକୁ ଅତ୍ୟାଧୁନିକ ଢଙ୍ଗରେ ବିକାଶ କରିବେ ଓଡିଶା ସରକାର

ଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ମୋ ସ୍କୁଲ' ଅଭିଯାନ । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ରାଜ୍ୟର 100ଟି ସ୍କୁଲକୁ ଚୟନ କରିବା ସହ ସେଗୁଡ଼ିକୁ ଅତ୍ୟାଧୁନିକ ଉପାୟରେ ବିକାଶ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।

|

ଭୁବନେଶ୍ୱର : ଓଡ଼ିଶାର ସ୍କୁଲଗୁଡ଼ିକର ହେବ ବିକାଶ । ଅତ୍ୟାଧୁନିକ ଢଙ୍ଗରେ ବିଦ୍ୟାଳୟ ନିର୍ମାଣ କରାଯିବ । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ମୋ ସ୍କୁଲ' ଅଭିଯାନ । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ରାଜ୍ୟର 100ଟି ସ୍କୁଲକୁ ଚୟନ କରିବା ସହ ସେଗୁଡ଼ିକୁ ଅତ୍ୟାଧୁନିକ ଉପାୟରେ ବିକାଶ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ।

Naveen Patnaik

ଏହି ବିଦ୍ୟାଳୟରେ ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ମଙ୍ଗଳବାର ଅନୁଷ୍ଠିତ 'ମୋ ସ୍କୁଲ' କାର୍ଯ୍ୟକ୍ରମର ସପ୍ତମ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବର୍ଷେ ମଧ୍ୟରେ ଏପରି 100 ଟି ବିଦ୍ୟାଳୟ ଚୟନ କରିବ ଯାହାକି ଆଧୁନିକ ଉପାୟରେ ବିକଶିତ ହେବ ।

mo-school
ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ତିନୋଟି ବିଦ୍ୟାଳୟ ଚୟନ କରାଯିବ । ଏହି ବିଦ୍ୟାଳୟଗୁଡ଼ିକର ପୂର୍ବତନ ଛାତ୍ରମାନେ ଅତି କମରେ 1000 ଛାତ୍ରଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ । ଏହି ବୈଠକରେ 2020-21 ପାଇଁ 8,877 ବିଦ୍ୟାଳୟ ପାଇଁ 57କୋଟି 49ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରାଯାଇଛି । ଏଥିମଧ୍ୟରୁ 19କୋଟି 16ଲକ୍ଷ ଟଙ୍କା ବିଭିନ୍ନ ବିଦ୍ୟାଳୟର ପୂର୍ବତନ ଛାତ୍ରମାନେ ଦାନ କରିଛନ୍ତି । ଏଥିସହିତ ରାଜ୍ୟ ସରକାର 38କୋଟି 32ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ଦେଇଥିବା ପ୍ରତିଶ୍ରୃତି ପ୍ରତି ସଜାଗ ଅଛି ଏବଂ ସେ ଓଡ଼ିଶାକୁ ଦେଶର ସର୍ବବୃହତ ଶିକ୍ଷା ହବ୍ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଭୁମି ପୂଜନ ସମୟରେ ସେ ଏହା କହିଥିଲେ । ଏହି ସମୟରେ ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶାରେ ଶିକ୍ଷା ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଆସୁଛି । ମୁଁ ଖୁସି ଯେ ଆମ ରାଜ୍ୟ ଶିକ୍ଷା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି ଏବଂ ପୂର୍ବ ଭାରତରେ ଶିକ୍ଷାର କେନ୍ଦ୍ର ଭାବରେ ଉଭା ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Govt Will Develop 100 Model School in State under 'MO SCHOOL' Programme.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X