For Quick Alerts
Turn On Notification  
For Daily Alerts
Oneindia App Download

କୋଟିଆ ବିବାଦ : ଆଡଭୋକେଟ୍ ଜେନେରାଲଙ୍କ ଅନୁରୋଧକ୍ରମେ ଜଷ୍ଟିସ୍ ଅନଙ୍ଗ କୁମାରଙ୍କ ସହାୟତା ଲୋଡ଼ିଲେ ରାଜ୍ୟ ସରକାର

ମାମଲାର ସମାଧାନ ପାଇଁ ରାଜ୍ୟ ସରକାର ଏବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହାୟତା ଲୋଡ଼ିଛନ୍ତି ।ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧକ୍ରମେ ରାଜ୍ୟସରକାର ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଆଇନଗତ ସହାୟତା ଲୋଡ଼ିଛନ୍ତି

|

ଭୁନେଶ୍ୱର : କୋଟିଆ ସୀମାକୁ ନେଇ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଛି ବିବାଦ । ଏପରିକି ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ଆନ୍ଧ୍ର ସରକାର ନିଜର ପକ୍ଷ ରଖିବା ପରେ ଅଧିକ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହା ମଧ୍ୟରେ ଏହି ମାମଲାର ସମାଧାନ ପାଇଁ ରାଜ୍ୟ ସରକାର ଏବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହାୟତା ଲୋଡ଼ିଛନ୍ତି । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଆଇନଗତ ସହାୟତା ଲୋଡ଼ିଛନ୍ତି । କୋଟିଆ ଓଡ଼ିଶାର ବୋଲି ସମସ୍ତ ପ୍ରାମାଣିକ ତଥ୍ୟ ସହ ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ନୋ ସହ ତାଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ ।

Kotia

ସୁପ୍ରିମକୋର୍ଟରେ ଆନ୍ଧ୍ର ନିଜ ପକ୍ଷ ରଖିବା ସହ 1952ରୁ ନିର୍ବାଚନ କରିଆସୁଛି ବୋଲି ଦର୍ଶାଇଛି । କିନ୍ତୁ ଆନ୍ଧ୍ରର ଏହି ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୋର୍ଟକୁ କହିଛନ୍ତି ଓଡ଼ିଶାର ପକ୍ଷ ରଖୁଥିବା ଆଇନଜୀବୀ ଶିବ ଶଙ୍କର ମିଶ୍ର । ଏତିସହିତ ପରବର୍ତ୍ତୀ ଶୁଣାଣିରେ ଆନ୍ଧ୍ର ସରକାରଙ୍କ ମିଛ ପଦାରେ ପଡ଼ିବ ବୋଲି କହିଛନ୍ତି ।

ରାଜ୍ୟର ବିଭିନ୍ନ ସୀମାରେ ଆନ୍ଧ୍ର ଅନୁପ୍ରବେଶ କରୁଛି । ରାସ୍ତାଘାଟ, ସ୍କୁଲ ଓ ସ୍ୱାସ୍ଥ୍ୟ ଶିବିର କରିବା ସହ ଗତମାସରେ କୋରାପୁଟ କୋଟିଆରେ ନିର୍ବାଚନ ମଧ୍ୟ କରାଇଛି । ସୀମା ବିବାଦ ସୁପ୍ରିମକୋର୍ଟରେ ରହିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି ଆନ୍ଧ୍ର ନିର୍ବାଚନ କରିଛି । ଯାହାକୁ ନେଇ ବିବାଦ ଆହୁରି ଉଗ୍ର ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Govt Seek help From Justice Ananga Patnaik on Kotia Land Issue.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X