For Quick Alerts
For Daily Alerts
ବାହାଘର ପାଇଁ ଶୋଭାଯାତ୍ରାକୁ ଅନୁମତି : ଯୋଗ ଦେଇପାରିବେ ସର୍ବାଧିକ 200 ଲୋକ
ବାହାଘରକୁ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । ବିବାହ,ବ୍ରତଘରରେ ପ୍ରୋସେସନ୍ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସ୍ପେଶାଲ୍ ରିଲିଫ୍ କମିଶନଙ୍କ ଗାଇଡଲାଇନଅନୁସାରେ ବାହାଘରରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି
ଭୁବନେଶ୍ୱର : ବାହାଘରକୁ ନେଇ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । ବିବାହ, ବ୍ରତଘରରେ ପ୍ରୋସେସନ୍ ଉପରେ ଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ସ୍ପେଶାଲ୍ ରିଲିଫ୍ କମିଶନଙ୍କ ଗାଇଡଲାଇନ ଅନୁସାରେ ବାହାଘରରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଇଛି । ବାହାଘର ଭୋଜି କିମ୍ବା ଶୋଭାଯାତ୍ରାରେ ସର୍ବାଧିକ 200 ଲୋକ ଯୋଗ ଦେବାକୁ ଅନୁମତି ମିଳିଛି । ସେହିପରି ଅନ୍ତିମ ସଂସ୍କାରରେ କେବଳ 100 ଲୋକ ଯୋଗ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ତେବେ ବନ୍ଦ ସ୍ଥାନରେ ମାତ୍ର ୫୦ ପ୍ରତିଶତ ବ୍ୟକ୍ତିଙ୍କୁ ନେଇ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ଆୟୋଜିତ ହୋଇପାରିବ ବୋଲି ଏଥିରେ କୁହାଯାଇଛି । ଖୋଲା ସ୍ଥାନରେ, ଭୂମି / ଖୋଲା ସ୍ଥାନର ଆକାରକୁ ଦୃଷ୍ଟିରେ ରଖି, ଉପଯୁକ୍ତ ସଂଖ୍ୟକ ବ୍ୟକ୍ତି ଏଥିରେ ସାମିଲ ହୋଇପାରିବେ ବୋଲି ମଧ୍ୟ କୁହାଯାଇଛି ।
Comments
English summary
Modified Guideline of Special Relief Commission for Marriage. DJ and Procession allowed.