For Quick Alerts
Turn On Notification  
For Daily Alerts
Oneindia App Download

ଅନଲାଇନରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

2021 ମାର୍ଚ୍ଚ 20 ଠାରୁ ରାଜ୍ୟ ସରକାରଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଅନଲାଇନରେ ଟ୍ରାନ୍ସଫର ଏବଂ କଣ୍ଡକ୍ଟ ସାର୍ଟିଫିକେଟ୍ ପାଇପାରିବେ ।

|

ଭୁବନେଶ୍ୱର : ମାଟ୍ରିକ୍ ସାର୍ଟିଫିକେଟ୍ ପାଇଁ ଆଉ ଯିବାକୁ ପଡ଼ିବନି ବୋର୍ଡ ଅଫିସ୍ । ଏବେ ଅନଲାଇନରେ ପିଲା ଆବେଦନ କରିପାରିବେ ବୋର୍ଡ ସାର୍ଟିଫିକେଟ୍ । ରାଜ୍ୟରେ ହାଇସ୍କୁଲ ଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି କରିବା ସହ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ ପିଲାମାନଙ୍କୁ ସମସ୍ତ ସାର୍ଟିଫିକେଟ୍ ଅନଲାଇନରେ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, 2021 ମାର୍ଚ୍ଚ 20 ଠାରୁ ରାଜ୍ୟ ସରକାରଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଅନଲାଇନରେ ଟ୍ରାନ୍ସଫର ଏବଂ କଣ୍ଡକ୍ଟ ସାର୍ଟିଫିକେଟ୍ ପାଇପାରିବେ ।

BSE-Odisha

ସରକାରୀ ସୂତ୍ରରୁ ପ୍ରକାଶ ଯେ ନବମରୁ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କର ସାର୍ଟିଫିକେଟ୍ ଆବେଦନ କରିପାରିବେ ଏବଂ ଅବଶିଷ୍ଟ ଛାତ୍ରମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସୁବିଧା ପାଇପାରିବେ । ଛାତ୍ରଛାତ୍ରୀମାନେ ନିଜ ନିଜ ପଞ୍ଚାୟତରେ ଜନ ସେବା କେନ୍ଦ୍ରରେ ଅନଲାଇନ୍ ସାର୍ଟିଫିକେଟ୍ ଆବେଦନର ସୁବିଧା ପାଇପାରିବେ ।

ଏହି ପଦକ୍ଷେପକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC),ଇ ଏବଂ ଆଇଟି ବିଭାଗର ବୈଷୟିକ ନିର୍ଦ୍ଦେଶାଳୟ ଏବଂ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ମିଳିତ ଭାବେ ଏହି ପଦକ୍ଷେପକୁ ବିକଶିତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Office twitter that, From 20th March 2021 High School students can avail online board certificate.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X