For Quick Alerts
Turn On Notification  
For Daily Alerts
Oneindia App Download

କମିବ ନିମୋନିଆ ଜନିତ ଶିଶୁ ମୃତ୍ୟୁହାର : ଆଜିଠୁ ଫେବୃଆରୀ 12 ଯାଏଁ ଶିଶୁଙ୍କ ଚିହ୍ନଟ ଓ ଚିକିତ୍ସା

ନଭେମ୍ବର 12 ତାରିଖରୁ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ନିମୋନିଆ ଲକ୍ଷଣ ଥିବା ଶିଶୁମାନଙ୍କୁ ଚିହ୍ନଟ କରିବେ ।

|
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର : ନିମୋନିଆ ଜନିତ ଶିଶୁ ମୃତ୍ୟୁହାର କମାଇବା ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହାକୁ ନେଇ ରାଜ୍ୟ ସରକାର ନିମୋନିଆର ସଫଳ ନିରାକରଣ ପାଇଁ ସାମାଜିକ ସଚେତନତା ଓ କାର୍ଯ୍ୟାବଳୀ (ସାନ୍ସ) ନାମରେ ଏକ ଡ୍ରାଇଭ୍ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ଅନୁସାରେ ଆଜି ଠାରୁ ଅର୍ଥାତ ନଭେମ୍ବର 12 ତାରିଖରୁ ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆଶା ଓ ସ୍ୱାସ୍ଥ୍ୟ କର୍ମୀମାନେ ନିମୋନିଆ ଲକ୍ଷଣ ଥିବା ଶିଶୁମାନଙ୍କୁ ଚିହ୍ନଟ କରିବେ । ଏଥିସହ ସେମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜଣାପଡିଛି । ଆହୁରି ମଧ୍ୟ ଆଜିର କାର୍ଯ୍ଯକ୍ରମରେ ନିମୋନିଆ ନେଇ ଆବଶ୍ୟକୀୟ ସୂଚନା, ଶିକ୍ଷା ଓ ସଂଚାର ଉପକରଣ ଉନ୍ମୋଚିତ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Government of Odisha lunch Programme For Pneumonia Suffer Children
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X