For Quick Alerts
Turn On Notification  
For Daily Alerts
Oneindia App Download

କଲେଜ କର୍ତ୍ତୃପକ୍ଷ ବହନ କରିବେ ଅତିଥି ଅଧ୍ୟାପକଙ୍କ ଦରମା

ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜରେ ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକମାନଙ୍କ ଦରମା କଲେଜ୍ ପରିଚାଳନା କର୍ତ୍ତୃପକ୍ଷ ବହନ କରିବେ

|

ଭୁବନେଶ୍ୱର । ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜରେ ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକମାନଙ୍କ ଦରମା କଲେଜ୍ ପରିଚାଳନା କର୍ତ୍ତୃପକ୍ଷ ବହନ କରିବେ । ଉଚ୍ଚଶିକ୍ଷା ବିଭାଗ କୌଣସି ଅତିଥି ଅଧ୍ୟାପକଙ୍କ ଦରମା ବହନ କରିବ ନାହିଁ । ଯେଉଁ କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଥିବେ ସଂପୃକ୍ତ କଲେଜ ହିଁ ସେମାନଙ୍କୁ ଦରମା ଦେବ ।

ଉଚ୍ଚ ଶିକ୍ଷା ବିଭାଗ

ଉକ୍ତ ନିଷ୍ପତି ନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ସମସ୍ତ ଡିଗ୍ରୀ କଲେଜର ଅଧକ୍ଷମାନଙ୍କୁ ଚିଠି ଲେଖିଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଜାରି ହୋଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆଶୁଥିବା ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ କଲେଜମାନଙ୍କରେ ଆବଶ୍ୟକ ସ୍ଥଳେ ଅତିଥି ଶିକ୍ଷକମାନଙ୍କୁ ନିଯୁକ୍ତ କରି ପାରିବେ । ଏ ସଂକ୍ରାନ୍ତୀୟ ନିଷ୍ପତି ମଧ୍ୟ ସଂପୃକ୍ତ କଲେଜ୍ କର୍ତ୍ତୃପକ୍ଷ ନେଇ ପାରିବେ । ତେବେ ଅଧ୍ୟାପକଙ୍କ ଦରମା କଲେଜ୍ ନିଜସ୍ୱ ପାଣ୍ଠିରୁ ବହନ କରିବ । ଉଚ୍ଚଶିକ୍ଷା ବିଭାଗ ଅତିଥି ଅଧ୍ୟାପକମାନଙ୍କୁ ଦରମା ପ୍ରଦାନ କରିବ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
College will Pay Guest Lecture Salary says Higher Education Department
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X