For Quick Alerts
Turn On Notification  
For Daily Alerts
Oneindia App Download

ବାଇ-ଲ' ପ୍ରତ୍ୟାର ନେଇ କେନ୍ଦ୍ର ସଂସ୍କୃତି ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଥିବା ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ।

|

ଭୁବନେଶ୍ୱର : ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଥିବା ପ୍ରସ୍ତାବିତ ବାଇ-ଲ' ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ଶାସନ ସଚିବ ।

Suresh-Mohapatra

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଯେଉଁ ବାଇ-ଲ' ପ୍ରସ୍ତୁତ କରାଯାଇଛି ତାକୁ ନେଇ ସେବାୟତ, ଭକ୍ତ ଏବଂ ଜନପ୍ରତିନିଧିଙ୍କ ସହିତ ସାଧାଣ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଦ୍ୱାରା ଜାରି ବିଜ୍ଞପ୍ତିକୁ ନିଜେ ବିରୋଧ କରିଥିଲେ । ପରେ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିବାରୁ NMA ସଚିବ ଏହି ବାଇ ଲ'କୁ ପ୍ରତ୍ୟାହାର କରିଥିଲେ ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଲିଙ୍ଗରାଜ ମନ୍ଦିର ଓ ଆଖପାଖର ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ବିକାଶ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଏବେ ମନ୍ଦିରମାଳିନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି । ଆଉ ଏହି ସୌନ୍ଦର୍ଯ୍ୟକରଣ ଲାଗି ସ୍ୱଇଚ୍ଛାରେ ଜମି ଯୋଗାଇ ଦେଇଛନ୍ତି ସେବାୟତ ପରିବାର ଓ ଅଞ୍ଚଳବାସୀ । ଯଦି ବାଇ-ଲ ପ୍ରତ୍ୟାହାର କରାନଯାଏ ତେବେ ପ୍ରକଳ୍ପର ଉନ୍ନତିକରଣରେ ବାଧାପ୍ରାପ୍ତ ହେବ ବୋଲି କୁହାଯାଇଛି ।

ଏପର୍ଯ୍ୟନ୍ତ ଏକାମ୍ର କ୍ଷେତ୍ରର ଏହି ଦୁଇ ମନ୍ଦିର ସମ୍ବନ୍ଧୀୟ ବିଜ୍ଞପ୍ତି ବଳବତ୍ତର ରହିଛି, ଯାହା ସେବାୟତ ଏବଂ ଭକ୍ତଙ୍କ ମନକୁ କଷ୍ଟ ଦେଉଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ଏଣ୍ଡାମେଣ୍ଟ କମିସନର ସଦସ୍ୟ ସଚିବ, ଏନଏମଏକୁ ଏକାମ୍ର କ୍ଷେତ୍ର ସମ୍ବନ୍ଧୀୟ ବିଜ୍ଞପ୍ତିର ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଲେଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Secretary Suresh Mohapatra wrote a letter to secretary of Cultural Ministry of central govt on Withdraw of by Laws for Ananta Basudev Temple and Bramheswar Temple.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X