For Quick Alerts
For Daily Alerts
ସତ୍ୟବାଦୀ ଓଡିଆ ବିଶ୍ବ ବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଓଡିଶା ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସମ୍ପର୍କରେ ଆଜି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଡିଜାଇନ ଉପସ୍ଥାପନା କରାଯାଇଥିଲା ।
ଭୁବନେଶ୍ବର: ଓଡିଶା ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସମ୍ପର୍କରେ ଆଜି ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଡିଜାଇନ ଉପସ୍ଥାପନା କରାଯାଇଥିଲା । ଯାହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ନୂତନ ବିଶ୍ୱ ବିଦ୍ୟାଳୟର ଡିଜାଇନଟି ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ ପ୍ରସ୍ତୁକ କରାଯାଇଛି । ଏଠାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈଷିକ ପ୍ରଦାନର ଅନୁଭବ ରଖାଯାଇଛି । ଏଠାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଶଣା କରିବାର ବ୍ୟବସ୍ଥା ରହିବ । ଏହାର ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଗାମୀ ଦିନରେ ଏକ ବୈଠକ ବସିବାକୁ ଯାଉଛି ।
Comments
English summary
Chief Minister Naveen Patnaik approved the design of the Satyavadi Odia University
Story first published: Tuesday, February 23, 2021, 20:25 [IST]