For Quick Alerts
Turn On Notification  
For Daily Alerts
Oneindia App Download

ଉପନିର୍ବାଚନ ପୂର୍ବରୁ ପିପିଲି ପାଇଁ ପ୍ରକଳ୍ପର ବର୍ଷା, ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ।

|

ଭୁବନେଶ୍ବର: ଆଜି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି । ଏଥିରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ ଆଦି ବିଭିନ୍ନ ବିକାଶ କାମ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସବୁବେଳେ ଗାଁ ର ବିକାଶ ଉପରେ ଫୋକସ୍ କରିଆସିଛନ୍ତି । ମହିଳା ଓ ଚାଷୀ ଭାଇଙ୍କ କଲ୍ୟାଣ ଉପରେ ଫୋକସ୍ କରିଆସିଛନ୍ତି । ଗରିବ ଲୋକଙ୍କ ମୁହଁରେ ହସ ହିଁ ତାଙ୍କୁ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ବୋଲି ସେ କହିଥିଲେ ।
କରୋନା ଲକଡାଉନ ସମୟରେ ମିଶନ ଶକ୍ତି ଓ ଚାଷୀଭାଇଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଆମର ମିଶନ ଶକ୍ତିର ମା' ମାନେ ବହୁତ ଭଲ କାମ କରିଛନ୍ତି। ଆମର ଚାଷୀ ଭାଇମାନେ ମଧ୍ୟ ଲକ୍ ଡାଉନ ସମୟରେ କରୋନାକୁ ଭୟ ନ କରି ଚାଷ କାମ ଜାରି ରଖିଥିଲେ । ଚାଷୀ ଭାଇର ପରିଶ୍ରମ ଯୋଗୁ ଦେଶର ଅର୍ଥନୀତି ଆଜି ବଞ୍ଚି ରହିଛି ବୋଲି ସେ ପ୍ରକାଶ କରିଥିଲେ ।

Naveen Patnaik

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁଃଖର କଥା, ଆପଣଙ୍କର ପ୍ରିୟ ବିଧାୟକ ପ୍ରଦୀପ ବାବୁ ଆଜି ଆମ ଭିତରେ ନାହାନ୍ତି । ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ସେ ଯୋଡି ହୋଇ ରହିଥିଲେ । ଆପଣମାନଙ୍କ ଭଲମନ୍ଦ, ସୁଖଦୁଃଖ ସବୁଥିରେ ସେ ଆପଣମାନଙ୍କ ସାଥିରେ ରହିଥିଲେ । ପିପିଲି-ଡେଲାଙ୍ଗର ବିକାଶ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି। ଏହି ଅବସରରେ ପ୍ରଦୀପ ମହାରଥୀଙ୍କ ସ୍ମୃତି ପ୍ରତି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chief Minister Naveen Patnaik announced a Rs 68 crore project for Pipili
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X