OMCର ୨ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମିଳିଲା ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି
ଭୁବନେଶ୍ୱର: OMCର ୨ଟି ଆଇଟି ମଡ୍ୟୁଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । OMCରେ ଯୋଗଦେଲେ ୧୦୦ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ । ସ୍ବଚ୍ଛତା ଓ ଦକ୍ଷତାର ସହ କାମ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ଆର୍ଥିକ ପ୍ରଗତିରେ OMCର ଅବଦାନକୁ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା ।

ଏଥିସହ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ଓଡ଼ିଶା ଖଣି ନିଗମର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତିରିକ୍ତ ଭାବେ ୨ଟି ଆଇଟି ମଡ୍ୟୁଲ୍ କାର୍ଯ୍ୟକ୍ଷମ କରାଯାଇଛି । ଓଏମସି ଦେଶର ବୃହତ୍ତ ଏବଂ ଦ୍ରୁତଗତିରେ ବଢ଼ୁଥିବା ଖଣି ପିଏସୟୁ ହୋଇଥିବା ବେଳେ ଏହା ବାଣିଜ୍ୟିକ କରାବାରକୁ ଆହରୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଥିସହ ଗନ୍ଧମାର୍ଦ୍ଦନ ଲୁହା ପଥର ଖଣି ଟ୍ରାଫିକ୍ ଓ ସ୍ୱୟଂଚାଳିତ ପଥର ପଠାଇବା ପ୍ରକ୍ରିୟା ବୈଷୟିକ ସହାୟତାରେ ସମୟରେ ହଇପାରିବ । ଏହାଦ୍ୱାରା ବିକ୍ରି, ସୁରକ୍ଷା ମାନଙ୍କ ଓ ସ୍ୱଚ୍ଛତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟ ଗୋଟିଏ ଆଇଟି ମଡ୍ୟୁଲ୍ ଭିମ୍ସ (VIMS) ଓଏମସିର ଭେଣ୍ଡରଙ୍କୁ ଡିଜିଟାଲ୍ ଇନଭଏସ୍ ପ୍ରୋସେସିଂ ସହ ସମୟରେ ଦେୟ ପ୍ରଦାନରେ ସ୍ୱଚ୍ଛତା ଆଣିବ ।


Click it and Unblock the Notifications